Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସ୍ପର୍ଶ କରିପାରିଲାନି ଦୁଃଖର ପାହାଡ, ବିନା ଅମ୍ଳଜାନରେ ହିମାଳୟର ଶିଖର ଛୁଇଁଲେ ଲେଡି ପର୍ବତାରୋହୀ

2/10/2021 at 12:37 PM

ହୁଗଲୀ ୦୨/୧୦: କୁହାଯାଏ ଯେଉଁମାନେ ଚେଷ୍ଟା କରନ୍ତି, ସେମାନେ କେବେ ହାର ମାନନ୍ତି ନାହିଁ । ଏହି ପ୍ରବାଦଟି ପ୍ରମାଣିତ ହୋଇଛି ଚାନ୍ଦ ନାଗର, ହୁଗୁଲିରେ । ଜଣେ ୩୦ ବର୍ଷୀୟା ଯୁବ ପର୍ବତାରୋହୀ ପିୟାଲୀ ବସାକ୍ ବିନା ଅମ୍ଳଜାନରେ ଛୁଇଁଛନ୍ତି ପର୍ବତର ଶିଖର । ପିଆଲି ବାସାକ୍ ହିମାଳୟର ୮୧୬୭ ମିଟର ଉଚ୍ଚ ଧାଉଲାଗିରି ଶିଖରକୁ ଛୁଇଁବା ସହ ଚୁମ୍ବନ ଦେଇଥିଲେ ।

ଯାହାକି ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ପରିବାରର ସତ ବାଧାବିଘ୍ନକୁ ପଛରେ ପକାଇ ସେ ହାସ କରିଛନ୍ତି ଏହି ସଫଳତା । ଅର୍ଥନୈତିକ ଅସୁବିଧାକୁ ପରାଜୟ କରି ତାଙ୍କର ଏହି ସଫଳତା ପ୍ରକୃତରେ ପ୍ରଶଂସନୀୟ । ଯେଉଁଠାରେ ପିଆଲିଙ୍କ ପିତା ତପନ ବାସାକ ଅଲଜାଇମର ଏବଂ ଡିମେନ୍ସିଆ ନାମକ ଏକ ଅସୁସ୍ଥ ରୋଗରେ ପୀଡିତ ।

ପିଆଲିଙ୍କୁ ଗୋଟିଏ ପଟେ ତାଙ୍କ ପିତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଡୁଥିବା ବେଳେ ଅନ୍ୟ ପଟେ ତାଙ୍କ ଘରର ସମସ୍ତ ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ । ପିଆଲି ଚନ୍ଦନନଗରର କାନହାଲାଲ ପ୍ରାଥମିକ ବିଦ୍ୟା ମାଣ୍ଡିରରେ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି । ଏହାପୂର୍ବରୁ ୨୦୧୯ ମସିହାରେ, ପିଆଲିଙ୍କ ୪୦୦ ମିଟର ଅତିକ୍ରମ କରିପାରିନଥିଲେ । ଯାହାକି ତାଙ୍କ ହୃଦୟରେ ରହିଯାଇଥିଲା ।

ସର୍ବଦା ଏଥିପାଇଁ ନିଜକୁ ଦୁଃଖୀ ମନେ କରୁଥିଲେ । ହେଲେ ସବୁ ଦୁର୍ଦ୍ଦଶାକୁ ପାର୍ କରି ହିମାଳୟର ଶିଖର ଛୁଇଁଛନ୍ତି । ଏହାପୂର୍ବରୁ ୨୦୧୮ରେ, ପିଆଲି ମଧ୍ୟ ହିମାଳୟ ଶିଖର ମାନସରୋବର ପର୍ବତ ଉପରକୁ ଯାଇଥିଲେ । ପିଆଲିଙ୍କ ସଫଳତା ତାଙ୍କ ପରିବାର ଏବଂ ସ୍ଥୀନୀୟ ଅଞ୍ଚଳରେ ଖଉସିର ମାହୋଲ ସୃଷ୍ଟି କରିଛି । ପିଆଲୀଙ୍କ ଭଉଣୀ ତମାଲି ବାସାକ ଏକ ପାଥୋଲୋଜି ଲ୍ୟାବରେ କାମ କରନ୍ତି ।

   Related Posts