ଗୁଣି ଗାରେଡ଼ି ସନ୍ଦେହରେ ପିଉସା ପୁଅକୁ ହାଣି ଦେଲା ସଂପର୍କୀୟ ଭାଇ: ଟାଙ୍ଗିଆ ଧରି ଦୀର୍ଘ ସମୟ ମୃତଦେହ ପାଖରେ ବସି ରହିଲା ନାବାଳକ
18/06/2020 at 6:07 PM

ସମ୍ବଲପୁର୧୮/୬: ଗୁଣି ଗାରେଡ଼ି ସନ୍ଦେହରେ ପିଉସା ପୁଅକୁ ହାଣି ଦେଲା ସଂପର୍କୀୟ ଭାଇ। ଭଉଣୀ ଅସୁସ୍ଥ ହେବାରୁ ଭାଇ ମନରେ ସନ୍ଦେହ ଜାତ ହୋଇଥିଲା। ତେଣୁ ରାଗରେ ମଝି ଦାଣ୍ଡରେ ପିଉସା ପୁଅକୁ ଗୋଡ଼େଇ ଗୋଡ଼େଇ ହାଣିଲେ ଯୁବକ। ସମ୍ବଲପୁର ଜୁଜୁମୁରା ଥାନା ଟାମ୍ପରଗଡ ପଞ୍ଚାୟତ ବେହେରାମାଲ ତଲିମାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ତଳିମାଲ ଗ୍ରାମର ପ୍ରଶାନ୍ତ ମୁଣ୍ଡାଙ୍କ ଭଉଣୀ ଲଗାତାର କିଛି ଦିନ ହେବ ଅସୁସ୍ଥ ଥିଲେ । ତେବେ ବିଭିନ୍ନ ହସ୍ପିଟାଲ ନେଲା ପରେ ମଧ୍ୟ କୌଣସି ସୁଫଳ ମିଲିନଥିଲା । ତେବେ ଗ୍ରାମରେ ଥିବା ନିଜ ପିଉସା ପୁଅ ଆମୁସା ସହ ପୂର୍ବରୁ ପ୍ରଶାନ୍ତ ଝଗଡା ହୋଇଥିଲା। ତେବେ ତାଙ୍କ ଭଉଣୀଙ୍କୁ ଗୁଣି ଗାରେଡି କରିଥିବା ସନ୍ଦେହରେ ପ୍ରଶାନ୍ତ ତାଙ୍କ ପିଉସା ପୁଅକୁ ଗୋଡ଼େଇ ଗୋଡ଼େଇ ହାଣି ଦେଇଥିଲେ।
ପ୍ରଥମେ ଏହି ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏଥିରେ ପ୍ରଶାନ୍ତ ରାଗି ଯାଇ ପାଖରେ ପଡିଥିବା ଟାଙ୍ଗିଆରେ ପିଉସାଙ୍କ ପୁଅ ପୁଚୁକୁ ହାଣି ଦେଇଥିଲା। ହଠାତ୍ ପୁଚୁ ଘଟଣା ସ୍ଥଳରେ ଟଲି ପଡିଥିଲେ। ଏହି ଘଟଣା ନେଇ ଯୁଯୁମୁରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲା। ତେବେ ପ୍ରଶାନ୍ତ ହତ୍ୟା କରିବା ପରେ ମଧ୍ୟ ଟାଙ୍ଗିଆ ଧରି ଶବ ପାଖରେ ବସି ରହିଥିଲା । ଫଳରେ କୌଣସି ଲୋକ ପାଖକୁ ଯିବା ପାଇଁ ସାହାସ କରିନଥିଲେ । ଏମିତି କି ପୋଲିସ ମଧ୍ୟ ସାହାସ କରିନଥିଲା । ପରେ ପୋଲିସ ବୁଝାସୁଝା କରି ଟାଙ୍ଗିଆ ଜବତ କରିଛି ଓ ହତ୍ୟା କାରୀ ଜଣେ ନାବାଳକ ହୋଇଥିବାରୁ ତାଙ୍କୁ ଗିରଫ ନକରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି । ଏନେଇ ଜୁଜୁମୁରା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।