ସଧବା ମହିଳାଙ୍କ ମୃତ୍ୟୁ ତିଥି ଜାଣିନଥିଲେ ପିତୃ ପକ୍ଷର ନବମୀ ତିଥି, ୩୦ ତାରିଖରେ କରିବେ ଶ୍ରାଦ୍ଧ କର୍ମ: ଆଉ କାହାର କେବେ କରିବେ ଜାଣନ୍ତୁ ତିଥି

Published By : Prameya-News7 Bureau | September 25, 2021 IST

ଭୁବନେଶ୍ୱର ୨୫/୦୯ : ବର୍ତ୍ତମାନ ପିତୃ ପକ୍ଷ ଚାଲିଛି। ପିତୃ ପକ୍ଷରେ ପୂର୍ବଜଙ୍କୁ ପିଣ୍ଡଦାନ କରାଯାଇଥାଏ। ଜ୍ୟୋତିଷଙ୍କ କହିବାନୁଯାୟୀ ଶ୍ରାଦ୍ଧ କର୍ମ ବ୍ୟକ୍ତିଙ୍କ ମୃତ୍ୟୁ ତିଥିରେ ହିଁ କରିବ ଉଚିତ। ଯଦି କୌଣସି ମୃତ ବ୍ୟକ୍ତିଙ୍କ ମୃତ୍ୟୁ ତିଥି ଜାଣିନଥାନ୍ତି ତାହେଲେ ତାଙ୍କ ଶ୍ରାଦ୍ଧ କେବେ କରିବ ଉଚିତ। ଏ ସମ୍ବନ୍ଧରେ କିଛି ବିଶେଷ ତିଥି ରହିଛି।

ସଧବା ମହିଳାଙ୍କ ମୃତ୍ୟୁ ତିଥି ଜାଣିନଥିଲେ ତାଙ୍କ ଶ୍ରାଦ୍ଧ ପିତୃ ପକ୍ଷର ନବମୀ ତିଥି (ସେପ୍ଟେମ୍ବର ୩୦)ରେ କରିବା ଉଚିତ। ଏହି ତିଥିରେ ପରିବାରର ଅନ୍ୟ ମୃତ ମହିଳାଙ୍କ ଆତ୍ମା ଶାନ୍ତି ପାଇଁ ମଧ୍ୟ ଶ୍ରାଦ୍ଧ କର୍ମ କରାଯାଇ ପାରିବ।

ଯେଉଁମାନେ ସନ୍ୟାସୀ ହୋଇଯାଇଥିଲେ ଏବଂ ସେମାନଙ୍କ ମୃତ୍ୟୁ ହୋଇଯାଇଥିବ ଏବଂ ତାଙ୍କ ମୃତ୍ୟୁ ତିଥି ସମ୍ବନ୍ଧରେ ଯଦି ଜାଣିନଥିବେ ତାହେଲେ ତାଙ୍କ ଶ୍ରାଦ୍ଧ ପିତୃ ପକ୍ଷ ଏକାଦଶୀ ତିଥି (ଅକ୍ଟୋବର ୨)ରେ କରିବା ଉଚିତ। ମୃତ ଶିଶୁଙ୍କ ମୃତ୍ୟୁ ତିଥି ଜାଣିନଥିଲେ ସେମାନଙ୍କ ଶ୍ରାଦ୍ଧ ପିତୃ ପକ୍ଷ ତ୍ରୟୋଦଶୀ ତିଥି (ଅକ୍ଟୋବର ୪)ରେ କରାଯାଇଥାଏ।

{"id":517602,"sizeSlug":"full","linkDestination":"none"}

ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଅକାଳରେ ହୋଇଥାଏ ତାହେଲେ ତାଙ୍କ ଶ୍ରାଦ୍ଧ ପିତୃ ପକ୍ଷ ଚତୁର୍ଦଶୀ (ଅକ୍ଟୋବର ୫)ରେ କରିବା ଉଚିତ। ତାଛଡା ଯଦି କାହାର ମୃତ୍ୟୁ ଅସ୍ତ୍ରରେ ହୋଇଥାଏ କିମ୍ବା ଆତ୍ମହତ୍ୟା ଯୋଗୁଁ ହୋଇଥାଏ କିମ୍ବା ବିଷପାନ, ଦୁର୍ଘଟଣା ଯୋଗୁଁ ହୋଇଥାଏ ତାହେଲେ ତାଙ୍କ ଶ୍ରାଦ୍ଧ କର୍ମ ମଧ୍ୟ ଚତୁର୍ଦଶୀ ତିଥିରେ କରିବା ଉଚିତ।

ପିତୃ ପକ୍ଷ ଅନ୍ତିମ ତିଥିକୁ ସର୍ବପିତୃମୋକ୍ଷ ଅମାବାସ୍ୟା କୁହାଯାଏ। ଏହି ତିଥି ଅକ୍ଟୋବର ୬ ତାରିଖରେ ପଡୁଛି। ଏହି ତିଥିରେ ସେମାନଙ୍କ ଶ୍ରାଦ୍ଧ କର୍ମ କରାଯାଇଥାଏ ଯେଉଁମାନଙ୍କ ଶ୍ରାଦ୍ଧ କର୍ମ ପିତୃ ପକ୍ଷରେ କରିବା ଆମେ ଭୁଲି ଯାଇଥାଉ କିମ୍ବା ମୃତ୍ୟୁ ତିଥି ଜାଣିନଥାଉ।

ଶ୍ରାଦ୍ଧ କର୍ମ ବିଧି :

ସ୍ନାନ ପରେ ଅପରାହ୍ନ ୧୨ଟା ରେ ଶ୍ରାଦ୍ଧ କର୍ମ କରିବା ଉଚିତ। ଦକ୍ଷିଣ ଦିଗ ଆଡକୁ ମୁହଁ କରି ଶ୍ରାଦ୍ଧ କରିବା ଉଚିତ। ଜଳନ୍ତା କାଣ୍ଡର ଅଙ୍ଗାରରେ ଗୁଡ, ଘିର, ଖିରି, ଭୋଜନ ଅର୍ପଣ କରନ୍ତୁ। ହାତରେ ପାଣି ନେଇ, ଜବ ଧାନ, କଳା ରାଶି, ଚାଉଳ, ଗାଈ କ୍ଷୀର, ଧଳା ଫୁଲ ଏବଂ ପାଣି ଧରି ପିତୃଙ୍କୁ ଅର୍ପଣ କରନ୍ତୁ। ଜଳ ତମ୍ବା ପାତ୍ରରେ ଦିଆଯିବା ଉଚିତ୍। ଏହା ପରେ ଘର ବାହାରେ ଗାଈ, କୁକୁର, କାଉ ଏବଂ ପିମ୍ପୁଡ଼ି ପାଇଁ ଖାଦ୍ୟ ଦିଅନ୍ତୁ। ଅଭାବୀ ଲୋକଙ୍କୁ ଖାଦ୍ୟ ଏବଂ ଟଙ୍କା ଦାନ କରନ୍ତୁ। ଶ୍ରଦ୍ଧା ରୀତିନୀତି କରିବାର ଏହା ଏକ ସରଳ ପଦ୍ଧତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.