ପେଟ ପାଇଁ ନାଟ : ମଜୁରୀ ଲାଗି ହାଟରେ ନିଜକୁ ମୂଲାଉଛି ଅଭାବୀ ମଣିଷ, ମଣିଷ ହାଟର ନିତିଦିନିଆ କରୁଣ ଦୃଶ୍ୟ

Published By : Prameya-News7 Bureau | May 25, 2019 IST

ଟିଟିଲାଗଡ (ତୀର୍ଥଙ୍କର ପଟେଲ ) ୨୫|୫: ଶ୍ରମଜୀବୀଙ୍କ  ସ୍ବାର୍ଥ   ପ୍ରତି ଦୃଷ୍ଟି ଦେବ କିଏ ?  ମୂଲ ମଜୁରି କରି ପରିବାର ପୋଷୁଥିବା ଲୋକଙ୍କଲାଗି ସରକାରଙ୍କ ଏକାଧିକ ଯୋଜନା । କିନ୍ତୁ  ଟିଟିଲାଗଡ଼ରେ ସବୁ ଫେଲ୍‌ । ରୋଜଗାର ଆଶାରେ  ହାଟରେ ନିଜ ଶ୍ରମ ଲାଗି ମାଲିକ ଖୋଜୁଛନ୍ତି  ଶ୍ରମଜୀବୀ  । ଟିଟିଲାଗଡ଼ର ମଣିଷ ହାଟରେ  ଏପରି ଦିନମଜୁରିଆଙ୍କ  କଷଣର  କାହାଣୀ ,  ସରକାରୀ ଯୋଜନାର ବିଫଳତା  ବୟାନ କରୁଛି  । ତା ସହ  ବିକାଶ, ଉନ୍ନତିର ଡିଣ୍ଡିମ ପିଟୁଥିବା ସମାଜରେ  ଦାରିଦ୍ର୍ୟଓ ଅବହେଳାର ନଗ୍ନ ଚିତ୍ର ବି ରଖୁଛି ।  

{"id":115873}

ପେଟ ପାଇଁ ନାଟ । ମଜୁରୀ ଲାଗି ହାଟରେ  ନିଜକୁ ମୂଲୋଉଛି  ଅଭାବୀ ମଣିଷ । ଏ ସେହି ମଣିଷ ହାଟ । ବଲାଙ୍ଗିର ଜିଲ୍ଳା ଟିଟିଲାଗଡ ହାଟପଦା ପଡା ପୁରୁଣା ଫାଟକ ପାଖର  ସବୁଦିନିଆ ଦୃଶ୍ୟ । ଏଠି ବସିଥିବା ଲୋକେ ମଜୁରି ପାଇଁ  କାମ ଦେବା ଲୋକ ଓ ମାଲିକ ସହ  ନିଜ ଶ୍ରମର ମୂଲଚାଲ କରୁଛନ୍ତି  । ପାଉଣା  ଦାବି  କରୁଛନ୍ତି । ପ୍ରତିଦିନ ସକାଳେ  ଆଖପାଖ  ଗାଁର  ଅନେକ ଶ୍ରମିକ ଏଠାରେ ଭିଡ଼ ଜମାନ୍ତି ।  ମାଲିକ ଆସିବ, କାମ ଦେବ ଓ ପାଉଣା ପାଇଲେ ପେଟ ଭରିବ । କାରଣ ଶ୍ରମ ବିନା ଏହି ଶ୍ରମଜୀବିଙ୍କ ପରିବାର ଯେ ଭୋକିଲା, ଅପୋଷା  ।  କିନ୍ତୁ ସବୁଦିନେ , ସମସ୍ତଙ୍କୁ କାମ ମିଳେନି । ସକାଳ ୭ ରେ ଏଠାକୁ ଆସି ଦିନ ୧୧ ରେ  ମୁହଁ ସୁଖେଇ  ଫେରନ୍ତି ଅନେକ ।

{"id":115868}

କାହିଁକି  ଏମିତି  ସ୍ଥିତି ?  କ’ଣ ନାହିଁ ଦିନ ମଜୁରୀଆଙ୍କ  ଲାଗି  ପେଟ ପୋଷିବାର ବିକଳ୍ପ  ?  ଶ୍ରମିକଙ୍କ  ଲାଗି ସରକାରଙ୍କ ଅନେକ ଯୋଜନା ।ଯୋଗ୍ୟ  ହିତାଧିକାରୀ ବି ଅନେକ । ହେଲେ, ବାସ୍ତବତାର ଚିତ୍ର ଅଲଗା । ଏହି ଶ୍ରମିକଙ୍କ ପାଇଁ ସରକାରୀ ଯୋଜନା ସ୍ବପ୍ନ ପାଲିଟିଛି । ମନରେଗା ଯୋଜନାରେ ଠିକ୍‌ ସମୟରେ ମଜୁରି ମିଳୁନଥିବା ଅଭିଯୋଗ । ତା ସହ ସଙ୍ଗୀନ କଥାଟି ହେଲା , ମଣିଷ ବଦଳରେ ମେସିନ୍‌ରେ କାମ କରାଉଛି ଠିକାଦାର । ଫଳରେ  ଶ୍ରମଜୀବୀଙ୍କୁ କାମ ମିଳୁନି ।

{"id":115874}

ଏହା ସହ ଆହୁରି ବଡ଼ ଅଭିଯୋଗ ହେଲା,  ନିର୍ମାଣ ଶ୍ରମିକ ସହାୟତା ପାଇବା ଦୂରର କଥା ଶ୍ରମିକି କାର୍ଡ ପାଇଁ ଅନେକ ଖର୍ଚ୍ଚା’ ଓ ହଇରାଣ ହେବାକୁ ପଡୁଥିବା ଶ୍ରମଜୀବୀ ଅଭିଯୋଗ କରନ୍ତି  । ତେବେ  ଏସଂପର୍କରେ   ଟିଟିଲାଗଡ ଉପଜିଲ୍ଳାପାଳଙ୍କ  ଉତ୍ତର ହେଲା, ଶ୍ରମିକମାନେ ପଞ୍ଚାୟତ ଠାରୁ  କାମ ଦାବୀ କରି ପାରିବେ  । ସେମାନଙ୍କୁ କାମ ନମିଲିଲେ , ସରକାର ସେମାନଙ୍କୁ ବେକାର ଭତ୍ତା ଦେବାକୁ  ବାଧ୍ୟ ।

{"id":115871}

ଶ୍ରମିକଙ୍କ ଦୁଃଖ ସରୁନି , ଅଫିସର କିନ୍ତୁ କହୁଛନ୍ତି  ନୀତି ନିୟମର କଥା ।ତେବେ  ସରକାରଙ୍କ ନୀତି, ନିୟମ ଏବଂ ଯୋଜନାର ସୁଫଳ ପାଇବାରୁ ଯେ ଟିଟିଲିଗଡ଼ ଶ୍ରମଜୀବୀ ବଞ୍ଚିତ, ଏହା ବୟାନ କରୁଛି ଏଠାର ମଣିଷ ହାଟ । ତେଣୁ ସ୍ଥିତି ପ୍ରତି ସଚେତନ ହେବା ଉଭୟ ଶ୍ରମ ଦାତା, ସରକାରୀ  ବାବୁ ଏବଂ ଶ୍ରମଜୀବୀ  ସମସ୍ତଙ୍କ ଲାଗି ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.