Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

କରୋନାରେ ଖେଳ ଶିକ୍ଷକଙ୍କ ମୃତ୍ୟୁ, ସାରା ଅଞ୍ଚଳରେ ଶୋକର ଛାୟା

30/07/2021 at 7:59 PM

ଆଠଗଡ଼, ୩୦।୦୭: କରୋନାରେ ଚାଲିଗଲେ ଆଠଗଡ଼ର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ବିଶ୍ଵନାଥ ବିଦ୍ୟାପୀଠର ଖେଳ ଶିକ୍ଷକ ଭାଗ୍ୟଧର ପ୍ରଧାନ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇ ମାଧପୁର ସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଡାକ୍ତରଖାନାରେ ଥିବା ସମୟରେ ତାଙ୍କର ଫୁସଫୁସ ୮୦ ପ୍ରତିଶତ ସଂକ୍ରମିତ ହୋଇଯାଇଥିବା ଜଣାପଡ଼ିଥିଲା । ପ୍ରଥମେ ତାଙ୍କୁ ଆଇସିୟୁ ଏବଂ ପରେ ଭେଣ୍ଟିଲେଟରରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତେବେ ଦୀର୍ଘ ୨୨ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଗତକାଲି ବିଳମ୍ବିତ ରାତିରେ ହାରି ଯାଇଥିଲେ । ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ତାଙ୍କର ଶବ ଦାହ କରାଯାଇଥିଲା । ବଡ଼ପୁଅ ଶୁଭମ୍ ମୁଖାଗ୍ନୀ ଦେଇ ଥିଲେ । ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ପରୋପକାରୀ ତଥା ଛାତ୍ର ଵତ୍ସଳ ଶିକ୍ଷକ ଭାବରେ ପରିଚିତ ଭାଗ୍ୟଧର ପ୍ରଧାନଙ୍କ ଅକାଳ ବିୟୋଗରେ ସମଗ୍ର ଆଠଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts