ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ସରପଞ୍ଚଙ୍କ ଘରେ ଭିଜିଲାନ୍ସ କରୁଥିଲା ଚଢଉ: ମିଳିଲା ମାଉଜର ଏବଂ ଅଫୁଟା ଗୁଳି

Published By : Prameya-News7 Bureau | July 10, 2019 IST

ବ୍ରହ୍ମପୁର ୧୦|୮: ଭିଜିଲାନ୍ସ ଜାଲରେ ଆଙ୍କୋରଡା ସରପଞ୍ଚ ସୁଶାନ୍ତ ସାହୁ ।ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ପଞ୍ଚାୟତ କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଛି ।ତେବେ ଚଢଉ ବେଳେ ତାଙ୍କ ଘରୁ ଗୋଟିଏ ପିସ୍ତଲ ଏବଂ ଅଫୁଟା ଗୁଳି ଦବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

{"id":132221}

ଦିଗପହଣ୍ଡି ନୀଳାଦ୍ରିବିହାର, ଦିଗପହଣ୍ଡି ବଜାରରେ ନିର୍ମାଣଧୀନ ତିନି ମହଲି କୋଠା,  ରାଜପୁର ଗ୍ରାମ, ନିଜ ଗାଆଁ ନବରଙ୍ଗପୁର,  ଦିଗପହଣ୍ଡି ବଜାରର ଅନ୍ୟ ଏକ ଘର  ଏବଂ  ଆଙ୍କୋରଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ ଜାରି ରହିଛି ।୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ସେ ସମିତିସଭ୍ୟ ଥିବାବେଳେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ସରପଞ୍ଚ ଥିଲେ ।୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ  ସେ ନିଜେ ସରପଞ୍ଚ ଅଛନ୍ତି ।ଏହି ଚଢଉ ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ ପି ମାୟାଧର ସ୍ବାଇଁ ।

{"id":132222}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.