ପିସ୍ତଲ ରାକେଟର ପର୍ଦ୍ଦାଫାଶ, ୩ଟି ପିସ୍ତଲ ଜବତ ସହ ୩ ଗିରଫ

Published By : Prameya-News7 Bureau | April 08, 2021 IST

ଜୟପୁର ୮।୪: ଜୟପୁର ସଦର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ପିସ୍ତଲ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ୩ ଯୁବକକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୬ଟି ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା ।

{"id":435137,"width":840,"height":462,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଜୟପୁର ଅଞ୍ଚଳରେ ଦୀର୍ଘଦିନ ହେବ କିଛି ଯୁବକ  ବେଆଇନ ଭାବେ ପିସ୍ତଲ ରଖି ଅସାମାଜିକ କାର୍ଯ୍ୟ ଘଟାଇବା ପାଇଁ ଯୋଜନା କରୁଥିଲେ  । କୌଣସି ସୂତ୍ରରୁ ଖବର ପାଇ ଜୟପୁର ସଦର ପୋଲିସ ପ୍ରଥମ ଫମ୍ପୁଣୀ ଗ୍ରାମର ଜଣେ ଯୁବକ ଶଙ୍କର ପ୍ରଧାନଙ୍କ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଶଙ୍କରଠାରୁ ଗୋଟିଏ ପିସ୍ତଲ ଜବତ କରିଥିଲା । ପୋଲିସର ଅଧିକ ଜେରା ସମୟରେ ଏହି ପିସ୍ତଲର ଲିଙ୍କରେ ଅନ୍ୟ ଦୁଇ ଯୁବକଙ୍କ ପାଖକୁ ପହଞ୍ଚିଥିଲା । ସେମାନେ ହେଲେ ଦାମାପୁଟର ରାକେଶ କୁମାର ଶୁକ୍ରୀ, ଜୟପୁର ସହର ପାଇକସାହିର MD ଅନସର ଅଲ୍ଲୀ ଏମାନଙ୍କଠାରୁ ମଧ୍ୟ ଦୁଇଟି ପିସ୍ତଲ ଜବତ କରିଛି ପୋଲିସ।

{"id":435138,"width":839,"height":461,"sizeSlug":"large","linkDestination":"none"}

ତିନି ଅଭିଯୁକ୍ତ ମଧ୍ୟରୁ ମାଷ୍ଟର ମାଇଣ୍ଡ ହେଉଛନ୍ତି ଶଙ୍କର ପ୍ରଧାନ । ତାଙ୍କ ନାଁରେ ଜୟପୁର ସଦର ଥାନାରେ ତିନୋଟି ଅପରାଧିକ ମାମଲା ଥିବାବେଳେ କୁନ୍ଦ୍ରା ଥାନାରେ ଜଣେ ସାମ୍ବାଦିକଙ୍କୁ ଜୀବନରେ ମାରିବା ଭଳି ମାମଲାରେ ଜଡିତ ଅଛନ୍ତି। ଅନ୍ୟପଟେ ରାକେଶ କୁମାର ଶୁକ୍ରୀ  ଜଣେ ଓକିଲଙ୍କ ଆକ୍ରମଣ କରିବା ଘଟଣାରେ ଜୟପୁର ଟାଉନ ଥାନାରେ ମାମଲା ରହିଛି । ଅନ୍ୟପଟେ ଗିରଫ ତିନି ଯୁବକଙ୍କଠାରୁ ତିନୋଟି ପିସ୍ତଲ, ୭.୬୫mmର ଜୀବନ୍ତ ଗୁଳି, ତିନୋଟି ମୋବାଇଲ ଏବଂ ଏକ ଧଳା ଆପଚି ବାଇକକୁ ଜବତ କରିଥିବା ବେଳେ ପିସ୍ତଲ ରାକେଟର ଚେର କେଉଁଠିକୁ ଲମ୍ବିଛି ଏବଂ ଏହା କେଉଁ ଆସାମାଜିକ କାର୍ଯ୍ୟ ପାଇଁ ବ୍ୟବହାର ହେବାର ଥିଲା ଏବଂ ଗୁଳି କେଉଁଠୁ ଆସିଛି ସେସବୁର ପୁରା ତଦନ୍ତ ଚାଲିଛି ବୋଲି କହିଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.