Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପଞ୍ଚାୟତ ଅର୍ଥ ଚଳୁ ଅଭିଯୋଗରେ ସରପଞ୍ଚ ଗିରଫ, ନିଲମ୍ବିତ ପିଇଓ ଫେରାର୍

11/10/2019 at 9:58 AM

ଘଟଗାଁ ୧୧।୧୦: କେନ୍ଦୁଝର ଜିଲ୍ଲା ଘଟଗଁ। ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତ ପିଇଓ ଏବଂ ସରପଂଚ ଉଭୟ ମିଳିତ ଭାବେ ପଂଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ଘଟଗଁ। ବ୍ଲକ୍ ପ୍ରଶାସନ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଗତ କିଛି ଦିନ ତଳେ ପଂଚାୟତକୁ ଯାଇ କୌଣସି କାଗଜ ପତ୍ର ପାଇ ନଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲା ।

ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବା ସହିତ ବ୍ୟାଙ୍କ୍ ଷ୍ଟେଟମେଣ୍ଟକୁ ଯାଂଚ କରିବା ପରେ ସରପଂଚ ଓ ପିଇଓ ମିଳିତ ଭାବରେ ପାଖାପାଖି ୨୨ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡିଥିଲା । ତାପରେ ଏ ବାବଦରେ ଜିଲ୍ଲା ପ୍ରଶାସନ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ବିଡିଓଙ୍କୁ ଥାନାରେ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବିଡିଓ ଘଟଗଁ। ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଗତକାଲି ରାତିରେ ପିପିଳିଆ ପଂଚାୟତ ସରପଂଚଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ନିଲମ୍ବିତ ପିଇଓ ଫେରାର ଥିବା ଜଣାପଡିଛି । 

   Related Posts