ପିପିଲି ପୀଡ଼ିତା ବେବିନାଙ୍କ ପରିବାରକୁ ନ୍ୟାୟ ମିଳିଛି ବୋଲି କହିଲେ ପ୍ରଦୀପ ମହାରଥୀ : ବିଜେପିର କଠୋର ସମାଲୋଚନା

Published By : Prameya-News7 Bureau | December 25, 2018 IST

ପୁରୀ ୨୫/୧୨: ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏବେ ରାଜନୈତିକ ମହଲରେ ଜୋରଧରିଛି ବୟାନବାଜି । ମାମଲାରେ ଦୋଷୀକୁ ପ୍ରଶ୍ରୟ ଦେବା ନେଇ ମନ୍ତ୍ରୀ ମହାରଥୀଙ୍କ ନାଁରେ ଅଭିଯୋଗ ଥିଲା। ଆଉ କୋର୍ଟଙ୍କ ରାୟ ଆସିବା ପରେ ମୁହଁ ଖୋଲିଛନ୍ତି ମହାରଥୀ।  କହିଛନ୍ତି ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଲା । ଆଉ ମନ୍ତ୍ରୀଙ୍କ ମୁହଁରୁ ଏ କଥା ନ ଖସୁଣୁ ବିଜେପି ଏହାକୁ ଖିଅ ଧରିଛି। 

wp:gallery {"ids":[67143]} /wp:gallery

ପିପିଲି ଝିଅକୁ ମାରିଲା କିଏ। ଏବେ କିଏ ତାହା ସ୍ପଷ୍ଟ କରିବ । ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୁକ୍ତମାନେ ତାହେଲେ କିଏ। କୋର୍ଟରେ ଅଭିଯୁକ୍ତମାନେ ଖଲାସ ହୋଇଯିବା ପରେ ଏବେ ନାନା ପ୍ରଶ୍ନ ଉଠୁଛି। ଆଉ କୋର୍ଟଙ୍କ ରାୟ ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହାରଥୀ। ପିପିଲି ଦୁଷ୍କର୍ମ ଏବଂ ପୀଡ଼ିତାଙ୍କ ମୃତ୍ୟୁ ପରେ ଅଭିଯୋଗ ଆସିଥିଲା ଯେ ମନ୍ତ୍ରୀ ମହାରଥୀ କୁଆଡ଼େ ଅଭିଯୁକ୍ତମାନଙ୍କୁ ପ୍ରଶ୍ରୟ ଦେଇଥିଲେ । ଏବେ ରାୟ ଆସିବା ପରେ ମହାରଥୀଙ୍କୁ କ୍ଲିନଚିଟ୍‌ ମିଳିଛି। ଆଉ ଏଥିରେ ମୁହଁ ଖୋଲିଛନ୍ତି ମହାରଥୀ। କହିଛନ୍ତି  ଏବେ କ୍ଷୀର କ୍ଷୀର ପାଣି ପାଣି ହୋଇଯାଇଛି । ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି। ଯେମିତି ଛବିରାଣୀକୁ ଦୀର୍ଘ ବର୍ଷ ପରେ ମିଳିଥିଲା ନ୍ୟାୟ। ଶୁଣନ୍ତୁ କଣ କହିଛନ୍ତି ମହାରଥୀ।

wp:gallery {"ids":[67144]} /wp:gallery

ତେବେ ବିରୋଧୀ ଏହି ଘଟଣାକୁ ନେଇ ଚୁପ୍‌ ରହିବାକୁ ଚାହିଁନାହାନ୍ତି। ବିରୋଧୀଙ୍କ ଟାର୍ଗେଟରେ ଏବେ ବି ରହିଛନ୍ତି ମନ୍ତ୍ରୀ ମହାରଥୀ। ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀଙ୍କୁ ଘେରିଛି । କହିଛି ମନ୍ତ୍ରୀ ମହାରଥୀ ଏଥିରେ ସଂପୃକ୍ତ ଥିବାରୁ ହିଁ ଘଟଣାର ତଦନ୍ତକୁ ମୋଡ଼ି ଦିଆଗଲା। ଯଥେଷ୍ଠ ପ୍ରମାଣ ଉପସ୍ଥାପନ କରାଗଲା ନାହିଁ। ପୀଡ଼ିତାକୁ ନୁହେଁ ବରଂ ମନ୍ତ୍ରୀଙ୍କୁ ନ୍ୟାୟ ମିଳିଲା ବୋଲି ବିଜେପି ବିଦ୍ରୁପ କରି କହିଛି। ସେପଟେ କଂଗ୍ରେସ ବି ମନ୍ତ୍ରୀଙ୍କୁ ଆକ୍ଷେପ କରିଛି।

କୋର୍ଟଙ୍କ ରାୟ ଆସିଛି ।  ତେବେ ଏହି ରାୟ ବିରୋଧରେ ଉପରକୋର୍ଟକୁ ଯିବା ନେଇ ପୀଡ଼ିତାଙ୍କ ପରିବାର ଏଯାଏଁ  ସୂଚନା ଦେଇନଥିବା ବେଳେ କ୍ରାଇମବ୍ରାଞ୍ଚ ବି ରାୟକୁ ଚ୍ୟାଲେଞ୍ଜ କରିବ କି ନାହିଁ ସ୍ପଷ୍ଟ ସୂଚନା ଦେଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.