ଆସନ୍ତାକାଲି ଆସିବ ପିପିଲି ରାୟ : ସକାଳ ୮ଟାରୁ ହେବ ଗଣତି, ସାମିଲ ହେବେ ୬୨ କର୍ମଚାରୀ

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର ୦୨।୧୦: ସେପ୍ଟେମ୍ବର ୩୦ରୁ ସରିଛି ପିପିଲି ଭୋଟ । ଆସନ୍ତାକାଲି ଗଣତି ହେବ ଭୋଟ । ସକାଳ ୮ଟା ରୁ ଆରମ୍ଭ ହେବ ଗଣତି । ତିନୋଟି ରୁମରେ ହେବ । ଦୁଇଟି ରୁମ୍‌ରେ  ଇଭିଏମ, ଆଉ ଗୋଟିଏ ରୁମରେ ପୋଷ୍ଟାଲ ବାଲାଟ ଗଣତି ହେବ । ଗଣତି ପାଇଁ ଯେତେ ଜଣ ରୁମରେ ରହିବେ ସମସ୍ତେ ଡବଲ ଟୀକା ନଇଥିବା ଦରକାର । ଥର୍ମାଲ ସ୍କ୍ରିନିଂ କରାଯାଇ ରୁମ୍ ଭିତରକୁ ଛଡ଼ାଯିବ।ତ୍ରିସ୍ତରୀୟ ସୁରକ୍ଷା  ବ୍ୟବସ୍ଥା କରାଯାଇଛି ।

ତେବେ ୧୪ଟି ଟେବୁଲ ରହିବ। ପ୍ରତି ରାଉଣ୍ଡରେ ୧୪ଟା ଟେବୁଲରେ ଗଣତି ହେବ । ସକାଳ ୮ ଟାରୁ ଗଣତି ହେବ। ୩ ହଲରେ ହେବ ଗଣତି। ୨ଟିରେ ଇଭିଏମ ଓ ଗୋଟିଏରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢ଼େ ୮ ଟାରେ ଇଭିଏମ ଗଣତି ହେବ। ମୋଟ ୬୨ ଜଣ କାଉଣ୍ଟିଙ୍ଗ କରିବେ। ମୋଟ ୧୪ ଟି ଟେବୁଲରେ ହେବ ଗଣତି। ଗୋଟିଏ ହଲରେ ରହିବ ୭ଟି ଟେବୁଲ। ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ । ସମସ୍ତେ ଡବଲ ଡୋଜ ଟିକା ନେଇଥିବେ। କାଉଣ୍ଟିଙ୍ଗ ରେଜଲ୍ଟ କ୍ୟାମେରାରେ କ୍ୟାପଚର କରାଯାଇ ଡିସ୍‌ପ୍ଲେ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭିଭିପ୍ୟାଟ ଓ ଇଭିଏମ ରେଜଲ୍ଟ  ମ୍ୟାଚ କରାଯିବ।  ଭୋଟ ଗଣତିକୁ ଦୃଷ୍ଟିରେ ରଖି କାଉଣ୍ଟିଙ୍ଗ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.