ରାଜନୀତିକୁ ଫେରିଲା ପିପିଲି ଗଣ ଦୁଷ୍କର୍ମ ହତ୍ୟା ଘଟଣା : ଟଳମଳ ମହାରଥୀଙ୍କ ଆସନ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ବର୨୭|୧୨: ରାଜନୀତିକୁ ଫେରିଲା ପିପିଲି ଗଣ ଦୁଷ୍କର୍ମ ହତ୍ୟା ଘଟଣା। ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟୁ ନିର୍ଦୋଶରୁ ଖଲାସ ହେବା ପରେ ପୁଣି ବିବାଦ ଆରମ୍ଭ ହୋଇଛି। କୋର୍ଟଙ୍କ ରାୟ ପରେ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ମାମଲାର ସିବିଆଇ ତଦନ୍ତ ଓ  ମନ୍ତ୍ରୀଙ୍କୁ ବହିଷ୍କାର ଦାବି ନେଇ କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବ ଆଗରେ ବିକ୍ଷୋବ କରିଛି। ଆଜିଠୁ ୭ ଦିନ ବ୍ୟାପୀ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ବିଜେଡି କହିଛି ବିରୋଧୀ ଜାଣି ଶୁଣି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି।

{"id":67729}

ତବ ବାଧତି ବାଧତେ। ମନ୍ତ୍ରୀ ମହାରଥୀ ଏମିତି ଦୁଃଖିତ ହେଲେ ଯେ ତାଙ୍କ ବାସଭବନ ଆଜି ହୁଲୁସ୍ତୁଲ ହେଲା। ଏ ହେଉଛି ମନ୍ତ୍ରୀ ମହାରଥୀଙ୍କ ସରକାରୀ ବାସ ଭବନ ଆଗର ଦୃଶ୍ୟ। ମହିଳା କଂଗ୍ରେସର ସଦସ୍ୟାମାନେ ବାସ ଭବନ ଘେରାଉ କରିଛନ୍ତି। ଚାଲିଛି  ଅଣ୍ଡା, ଟମାଟୋ ଓ ଝାଡୁ ମାଡ଼। ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହିଳା କଂଗ୍ରେସ। ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଖଲାସ ହେବା ପରେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ରାସ୍ତା ଓହ୍ଲାଇଛନ୍ତି ବିରୋଧୀ। କଂଗ୍ରେସର  ଘେରାଉ ସମୟରେ  ପୋଲିସ  ସହ ଧସ୍ତା ଧସ୍ତି ହୋଇଥିଲା। ୪୦ରୁ ଅଧିକ ମହିଳା କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖି ପରେ ଛାଡି ଦେଇଛି।  

{"id":67730}

ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡିତାଙ୍କ ଗାଁ ପିପିଲିର ଅର୍ଜୁନଗୋଦା। ମନ୍ତ୍ରୀ ମହାରଥୀଙ୍କ ମନ୍ତବ୍ୟ ପୀଡିତାଙ୍କ ପରିବାରକୁ ଆଘାତ ଦେଇଛି ଓ ସାନ୍ବନା ଦେବାକୁ ପହଁଚିଛି ବିଜେପି ମହିଳା ମୋର୍ଚ୍ଚା। ମନ୍ତ୍ରୀ ମହାରଥୀଙ୍କର ବୟାନ ଔଦ୍ଧତ୍ୟର ସୀମା ଟପିଛି ବୋଲି  ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ଏଥିସହିତ ସଂଧ୍ୟାରେ ସବୁ ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହ ୭ ଦିନ ଧରି ବିଜେପି ଆନ୍ଦୋଳନ କରିବ ବୋଲି କହିଛି। ସେପଟେ ଏହି ଘଟଣାରେ ବିଜେଡି ନେତାଏ ମୁହଁରେ ତାଲା ପକାଇଥିବା ବେଳେ ବିଜେଡି ପକ୍ଷରୁ ଛାତି ଦେଖାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର।  

{"id":67731}

ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ନେଇ ମନ୍ତ୍ରୀ ମହାରଥୀ ସେତେବେଳେ ବିବାଦକୁ ଆସିଥିଲେ। ଏମିତିକି ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଥିଲା। ଆଉ ଏବେ ମାମଲାରେ ରାୟ ଆସିବା ପରେ ଆସ୍ବସ୍ତି ହୋଇଥିଲେ ମନ୍ତ୍ରୀ। କିନ୍ତୁ ତାଙ୍କ ମୁହଁର କଥା ପୁଣି ଥରେ ତାଙ୍କୁ ଏମିତି ଅଡୁଆରେ ପକାଇଲାଣି ଯେ ମନ୍ତ୍ରୀ ପଦ ଟଳମଳ ହେଲାଣି।

{"id":67732}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.