ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

Published By : Prameya-News7 Bureau | October 04, 2020 IST

ଭୁବନେଶ୍ବର ୪।୧୦: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ତଥା ବିଜେଡିର ଜଣେ ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

{"id":338326,"sizeSlug":"large"}

ଗତ ମାସରେ ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ସେ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଶେଷରେ ହାରିଯାଇଥିଲେ ମହାରଥୀ । ଶନିବାର ମଧ୍ୟରାତ୍ରି ପ୍ରାୟ ୨ଟା ୩୮ମିନିଟ୍ ବେଳକୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

{"id":338333,"sizeSlug":"large"}

ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସହ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ଲାଗି ବହୁ ସମର୍ଥକଙ୍କ ଭିଡ ଲାଗିଛି ।

{"id":338335,"width":581,"height":421,"sizeSlug":"large"}

ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ମାସ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡା ଗାଁରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ରାଜନୀତି ପ୍ରତି ରୁଚି ରଖିଥିଲେ ମହାରଥୀ । ୧୯୭୭ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳରୁ ଟିକେଟ୍ ପାଇ ସେ ନିର୍ବାଚନ ବଜୟୀ ହୋଇଥିଲେ । ବିଧାୟକ ଭାବେ ନିଜ ଦାୟିତ୍ବ ନିର୍ବାହ କରିଥିଲେ ।

{"id":338336,"sizeSlug":"large"}

୧୯୯୫ ମସିହାରେ ଗୋଟିଏ ଥର ସେ ନିର୍ବାଚନରେ ପରାଜିତ ହୋଇଥିଲେ । ପରେ ସେ ଆଉ କେବେ ପରାଜିତ ହୋଇନଥିଲେ । ପିପିଲି ବିଧାନସଭା ଆସନରୁ ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମ ଥର ନିର୍ବାଚିତ ହୋଇଛନ୍ତି । ମୋଟ୍ ୭ ଥର ବିଧାୟକ ହୋଇଛନ୍ତି ପ୍ରଦୀପ ମହରଥୀ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ ।

{"id":338340,"width":581,"height":435,"sizeSlug":"large"}

୨୦୧୧ରୁ ୨୦୧୨ ମସିହା ଜାନୁଆରୀ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ, ୨୦୧୪ ମେ’ରୁ ୨୦୧୭ ମେ’ ପର୍ଯ୍ୟନ୍ତ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏବଂ ୨୦୧୭ ମେ’ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.