ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟରେ ପୁଣି ଅପିଲ କରିବ କ୍ରାଇମବ୍ରଞ୍ଚ

Published By : Prameya-News7 Bureau | December 27, 2018 IST

କଟକ୨୭/୧୨: ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଅପିଲ କରିବ । ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ତଳ କୋର୍ଟ ନିର୍ଦୋଷରେ ଖଲାସ କରିବା ପରେ ବିରୋଧୀ ଦଳ ଏବେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛି । ଫଳରେ ସରକାର ଅଡୁଆ ପରିସ୍ଥିତିରେ ପଡିଛନ୍ତି । ଅପରପକ୍ଷରେ ଅଭିଯୁକ୍ତମାନ ନିର୍ଦୋଷରେ ଖଲାସ ହେବା ପରେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ ଏବେ ରାଜ୍ୟ ରାଜନୀତିରେ ନିଆଁ ଲଗାଇଦେଇଛି । ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେହିଭଳି ମାମଲାକୁ କ୍ରାଇମବ୍ରାଞ୍ଚ ଠିକରେ ପରିଚାଳନା କରିନାହିଁ । ଠିକ ତଥ୍ୟ ପ୍ରମାଣ ଦେଇନଥିବାରୁ ଅଭିଯୁକ୍ତମାନେ ଖସି ଗଲେ ବୋଲି ବିରୋଧୀମାନେ ସମାଲୋଚନା କରିଛନ୍ତି । ଫଳରେ ଆଜି କଟକ ପୋଲିସ ମୁଖ୍ୟାଳୟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏଡିଜି ସନ୍ତୋଷ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପିଡୀତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ପ୍ରମାଣ ରହିଛି । ତେଣୁ ବର୍ତ୍ତମାନ ତଳ କୋର୍ଟର ରାୟର ତର୍ଜମା ଚାଲିଛି । କ୍ରାଇମବ୍ରାଞ୍ଚ ଏ ନେଇ ଉପର କୋର୍ଟରେ ଅର୍ଥାତ ହାଇକୋର୍ଟରେ ଖୁବଶୀଘ୍ର ଆବେଦନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.