ପିପିଲି ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମକୁ ପ୍ରଦୀପ ମହାରଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

Published By : Prameya-News7 Bureau | April 22, 2019 IST

ପିପିଲି ୨୨/୪ : ରାଜ୍ୟରେ ବଢି ଚାଲିଛି ନିର୍ବାଚନୀ ହିଂସା । ପିପିଲିରେ ଜଣେ ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ମାଜିଷ୍ଟ୍ରେଟଙ୍କ ସହ ୨ ପୋଲିସ ଅଫିସର ଓ ଭିଡିଓଗ୍ରାଫର ଆହତ ହୋଇଛନ୍ତି | ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚଢାଉ ବେଳେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଭୋଜି ଓ ଟଙ୍କା ବଣ୍ଟା ଚାଲିଥିବା ବେଳେ ଖବର ପାଇଁ ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଚଢାଉ କରିଥିଲା | ଆହତ ଅଫିସର ହେଲେ ରବିନାରାୟଣ ପାତ୍ର | ୨ ଜଣ ପୋଲିସ ଅଫିସର ଓ ୨ ଜଣ ଭିଡିଓ ଗ୍ରାଫର ବି ଆହତ ହୋଇଛନ୍ତି | ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚାଲିଥିଲା ଭୋଜି |

{"id":105907}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.