ପିପିଲିରେ ପୋଲିସର ଏନ୍ କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଗୁରୁତର
26/05/2018 at 5:34 AM

ପିପିଲିରେ ପୋଲିସର ଏନ୍ କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଗୁରୁତର । ସର୍ବେଶ୍ବରର ବାମ ଗୋଡରେ ଗୁଳି ବାଜିଛି । ତାକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପୁରୀ ଓ ପିପିଲି ପୋଲିସ ମିଳିତ ଭାବେ ସର୍ବେଶ୍ବରକୁ ଏନ୍ କାଉଣ୍ଟର କରିଛନ୍ତି । ପୁରୀର ପୂର୍ବତନ କାଉନସିଲରକୁ ଗୁଳିମାଡ କରିଥିଲା ସର୍ବେଶ୍ବର । ତା ନିକଟରୁ 9MM ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ଏକ ପଲସର ଜବତ ହୋଇଛି । ତେବେ ଏନକାଉଣ୍ଟର ବେଳେ ସର୍ବେଶ୍ବରର ସହଯୋଗୀ ଫେରାର ହୋଇଯାଇଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ତନାଘନା କରୁଛି ପୋଲିସ ।
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021