ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ, ମେ ୧୩ରେ ଇଦ୍‌-ଉଲ୍‌-ଫିତର ଥିବାରୁ ହେବନି ମତଦାନ

Published By : Prameya-News7 Bureau | April 22, 2021 IST

ଭୁବନେଶ୍ବର ୨୨/୦୪ : ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ । ମେ ୧୩ ବଦଳରେ ୧୬ ତାରିଖରେ ହେବ ନିର୍ବାଚନ । ମେ ୧୯ ତାରିଖରେ ଭୋଟ ଗଣତି ହେବା ସହିତ  ଫଳ ପ୍ରକାଶ ପାଇବ ।ମେ ୧୩ରେ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ନିର୍ବାଚନ ତାରିଖ ଘୁଞ୍ଚିଥିବା ସୂଚନା ମିଳିଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ସଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.