ବାଜି ମାରିଲା ବିଜେଡି, ୨୫ ରାଉଣ୍ଡ ସୁଦ୍ଧା ୨୦, ୬୦୭ ଭୋଟରେ ଆଗୁଆ ରୁଦ୍ର ମହାରଥୀ

Published By : Prameya-News7 Bureau | October 03, 2021 IST

ଭୁବନେଶ୍ୱର, ୦୩/୧୦: ପୁଣି ଗଡ଼ ଜଗିଲା ବିଜେଡି । ପିପିଲି ଗଡ଼କୁ ପ୍ରଦୀପ ମହାରଥୀଙ୍କ ପରେ ଏବେ ସମ୍ଭାଳିବେ ଜୁନିୟର୍‌ ମହାରଥୀ । ପିପିଲି ଉପନିର୍ବାଚନର ଭୋଟ ଗଣତି ସରିଛି । ସମସ୍ତ ରାଉଣ୍ଡରେ ଭୋଟ ଗଣତି ପରେ ରୁଦ୍ର ମହାରଥୀ ବାଜି ମାରି ନେଇଛନ୍ତି ।  

ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଥିଲା । ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ୨୫ ରାଉଣ୍ଡ ଗଣତି ପରେ ବି ସେ ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

ବର୍ତ୍ତମାନ ବିଜେଡି ୨୦, ୬୦୭ ଭୋଟରେ ଆଗୁଆ ରହିଛି । ଏବେ ସୁଦ୍ଧା ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ମୋଟ ୯୬,୧୯୦ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୨୫ରାଉଣ୍ଡ ସୁଦ୍ଧା ୭୫,୫୮୯ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୪,୨୨୮ଟି ଭୋଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.