ପିପିଲି ବ୍ୟାଟେଲ : ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ

Published By : Prameya-News7 Bureau | October 03, 2021 IST

ଭୁବନେଶ୍ୱର ୦୩/୧୦: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ପିପିଲି ଉପ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଗଲାଣି । ଏହାମଧ୍ୟରେ ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ଥିବା ସୂଚନା ମିଳିଥିଲା । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ପରେ ତୃତୀୟ ରାଉଣ୍ଡରେ ମଧ୍ୟ ରୁଦ୍ର ମହାରଥୀ ଆଗୁଆ ରହିଛନ୍ତି ।

ଏବେସୁଦ୍ଧା ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ର ୫୦୪୪ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୧୩୬୧୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୮୫୬୭ ଭୋଟ୍ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କୁ ୧୧୮୦ ଭୋଟ୍ ମିଳିଛି । ପରେ ଏହି ଟ୍ରେଣ୍ଟ୍ ବଦଳି ମଧ୍ୟପାରେ ।

ତୃତୀୟ ରାଉଣ୍ଡକେ ବିଜେଡିକୁ ୪୫୮୧ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ୍ ମିଳିଛି । ସେହିପରି କଂଗ୍ରେସକୁ ୧୧୯ ଭୋଟ୍ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.