ଦିନକ ପରେ ପିପିଲି ଭୋଟ୍, ଆଜି ମତଦାନ କେନ୍ଦ୍ର ଅଭିମୁଖେ ବାହାରିବେ ପୋଲିଂ ପାର୍ଟି

Published By : Prameya-News7 Bureau | September 28, 2021 IST

ପୁରୀ ୨୮।୦୯: ପିପିଲି ଉପ-ନିର୍ବାଚନ ପାଇଁ ଆଜି ବୁଥ୍ ଅଭିମୁଖେ ଯିବେ ପୋଲିଂ ପାର୍ଟି । ୩ ପର୍ଯ୍ୟାୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ। ଏଥିପାଇଁ ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି । ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦେବା ଲାଗି ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି।

{"id":518652,"sizeSlug":"full","linkDestination":"none"}

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୧୭୫ଟି ବୁଥରେ ୱେବ୍ କାଷ୍ଟିଂ, ୨୩ଟି ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପନ କରାଯିବା ସହ , ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି।

{"id":518653,"sizeSlug":"full","linkDestination":"none"}

ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ । ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଶାନ୍ତି ଶୃୃଂଖଳା ରକ୍ଷା କରିବା ପାଇଁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.