ପିପିଲି ନିର୍ବାଚନୀ ଫାଇଟ୍ : କଂଗ୍ରେସ କହିଲା ଆମ ଦଳ ଲୋକଙ୍କୁ ନେଇ ବଳ ଯୋଗାଡ଼ୁଛି ବିଜେଡି, ନିଜ ଇଚ୍ଛାରେ ସାମିଲ ହେଉଛନ୍ତି କହିଲା ବିଜେଡି

Published By : Prameya-News7 Bureau | September 24, 2021 IST

ନିମାପଡା ୨୪।୯: ଚାଲିଛି ନିର୍ବାଚନୀ ଲଢେଇ । ଉପନିର୍ବାଚନର ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖେଇ ଆସୁଛି ଆରୋପ ପ୍ରତ୍ୟାରୋପ ଓ ପତିଆରା ଜାହିରର ମାହୋଲ ସେତେ ଜୋରଦାର ହେଉଛି । ତିନି ପ୍ରମୁଖ ଦଳ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଅଣ୍ଟା ଭିଡି ଭୋଟରମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମନେଇବାରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦଳର ସମର୍ଥକମାନେ ଏବେ ଦଳଡିଆଁ ଆରମ୍ଭ କରିଦେଇଛନ୍ତି । କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସିଧା ସମାଲୋଚନା କରିଛନ୍ତି ।  ସ୍ଥିତି ଭଲନଥିବାରୁ ଆମ ଦଳର ଲୋକଙ୍କୁ ନେଇ ବଳ ଯୋଗାଡ଼ୁଛି ବିଜେଡି ।

{"id":516747,"sizeSlug":"full","linkDestination":"none"}

ନିଜ ଗଡ଼ ବଜାୟ ରଖିବାକୁ କମର ଭିଡ଼ିଥିବା ବିଜେଡି ଆସନ ଦଖଲ ପାଇଁ ସମସ୍ତ କଳକୌଶଳ ଖେଳାଉଥିବା ବେଳେ କଂଗ୍ରେସକୁ ସିଧା ଆକ୍ଷେପ କରିଛନ୍ତି । ଆମେ ବଳ ଯୋଗାଡ଼ କରୁନୁ, ଅଭିଯୋଗକାରୀ ଦଳର ଜଣେ ତୁଙ୍ଗନେତା ନିଜ ଇଛାରେ ଖୁବଶୀଘ୍ର ଆମ ଦଳରେ ସାମିଲ ହେଉଛନ୍ତି । ଯାହା ଆଗକୁ ଘଟିବାକୁ ଯାଉଛି ତାକୁ ଅଟକେଇ ନିଜ ଦଳର ବଳ ଦେଖାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ନେତା ।

{"id":516748,"sizeSlug":"full","linkDestination":"none"}

ମହିଳା ଭୋଟରଙ୍କୁ ସଙ୍ଗଠିତ କରି ଦଳକୁ ଫାଇଦା ଦେବା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନଯୋଗାଡ଼ରେ ଲାଗିପଡିଛନ୍ତି ।

{"id":516749,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.