ପିପିଲି ଉପନିର୍ବାଚନ : କଡା  ସୁରକ୍ଷା ବଳୟରେ ରହିବ ମତଦାନ କେନ୍ଦ୍ର, ସବୁଠି ରହିବ ସିସିଟିଭି

Published By : Prameya-News7 Bureau | September 28, 2021 IST

ନିମାପଡା ୨୮।୯: ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଭୟମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।  ପିପିଲି  ଆସନ ପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ୍ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର  ନିର୍ବାଚନ ମଇଦାନରେ ପ୍ରତିଦ୍ଵନ୍ଦିତା କରୁଥିବା ୧୦ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ପ୍ରାୟ ୧୭୫ଟି ମତଦାନ କେନ୍ଦ୍ରରେ ଲାଗିସାରିଲେଣି ସିସିଟିଭି ଯାହାର ସିଧାପ୍ରସାରଣ କରାଯିବ ଏହା ଉପରେ ସ୍ଵତନ୍ତ୍ର ନଜର ରଖିବ ପ୍ରଶାସନ । ଜୋନାଲ ସେକ୍ଟର ଅଫିସର ୩ ଜଣ, ସେକ୍ଟର ଅଫିସର ୨୧ ଜଣ, FST  3ଟି ଟିମ୍, SST ୩ଟି  ଟିମ୍, ୬ ପ୍ଲାଟୁନ BSF ଯବାନଙ୍କ କଡା  ସୁରକ୍ଷା ବଳୟରେ ରହିବ ମତଦାନ କେନ୍ଦ୍ର । ପ୍ରତ୍ୟେକ ବୁଥରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ରହିବା ସହିତ କୋଭିଡ୍ ପାଇଁ ପ୍ରତ୍ୟେକ ଭୋଟରଙ୍କ ପାଇଁ ଗୋଟିଏ ଗ୍ଲୋବ୍ସ ସହିତ ମାସ୍କର ବ୍ୟବସ୍ଥା କରାଯାଇଛି । ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ବିଲ୍ ଚେୟାରରେ ମତଦାନର ବ୍ୟବସ୍ଥା  କରାଯାଇଥିବା ବେଳେ ୧୦୭୭ଜଣ ମତଦାତା ସେମାନଙ୍କ ମତ ପୋଷ୍ଟାଲ ବାଲାଟ ମାଧ୍ୟମରେ ସେମାନଙ୍କ ମତଦାନ କରିସାରିଲେଣି ।

ସେପଟେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ସ୍ଵାଗତ କରିଛନ୍ତି ବୁଦ୍ଧିଜୀବୀ । ପିପିଲି ଭଳି ସ୍ପର୍ଶକାତର ନିର୍ବାଚନମଣ୍ଡଳୀ ସିସିଟିଭିରେ ଭୋଟ୍ ଦେବା ବ୍ୟବସ୍ଥା ନିର୍ବାଚନରେ ଭୟମୁକ୍ତ ନିର୍ବାଚନ କରିବାରେ ସହାୟକ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.