Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି : ଦିନ ୩ଟା ସୁଦ୍ଧା ୫୯.୭ ୨% ମତଦାନ

30/09/2021 at 4:01 PM

ଭୁବନେଶ୍ବର ୩୦।୯: ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ୫୯.୭୨ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ ।

ଶାନ୍ତି ଶୃଙ୍ଖଳା ସହ ଭୋଟ୍ ଗ୍ରହଣ ଚାଲିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, କୌଣସି ଅପ୍ରୀତିକର ପରିସ୍ଥିତିର ଖବର ଆସିନାହିଁ । ପାଗ ମଧ୍ୟ ଅନୁକୂଳ ରହିଛି । ଭୋଟରଙ୍କ ସଂଖ୍ୟା ବଢୁଛି । ଆଗକୁ ଆହୁରି ମଧ୍ୟ ଭୋଟରଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ୬ଟି ଭିଭିପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରବର୍ତ୍ତି ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ୍ ଗ୍ରହଣ ଚାଲିଛି । ୨୦ଟି ଆଦର୍ଶ ବୁଥ୍ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସମସ୍ତ ମତଦାନ କେନ୍ଦ୍ରରେ ଭୋଟିଂ ଜାରି ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ଓ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ଟା ସୁଦ୍ଧା ୫୯.୭୨ ପ୍ରତିଶତ ମତଦାନ ହୋଇଛି । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉଲ୍ଲେଖଯୋଗ ଯେ, ଗତବର୍ଷ ଅକ୍ଟୋବର ମାସରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା ​​। ତେଣୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି ।

   Related Posts