ତିର୍ତ୍ତୋଲ-ବାଲେଶ୍ୱର ରେଜଲ୍ଟକୁ ଅପେକ୍ଷା, ଚିନ୍ତା ପିପିଲି : କିଏ ହେବେ ମହାରଥୀଙ୍କ ଉତ୍ତରାଧିକାରୀ ? ସେପଟେ କଂଗ୍ରେସ-ବିଜେପି ଶିବିରରେ ବ୍ୟୁହ ଭେଦ ପାଇଁ ମାନସମନ୍ଥନ

Published By : Prameya-News7 Bureau | November 06, 2020 IST

ପିପିଲି, ୦୬୧୧ :    ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ସରିଲା, ଏବେ ଗଣତିକୁ ଅପେକ୍ଷା ସେପଟେ ପିପିଲ ଉପ ନିର୍ବାଚନ ନେଇ ଆରମ୍ଭ ହେଲାଣି ଛକାପଞ୍ଝା ।  ପ୍ରଦୀପ ମହାରଥୀଙ୍କ  ପରେ କିଏ ବିଜେଡିର ମଙ୍ଗ ଧରିବ । ପିପିଲିରୁ କିଏ ବିଜେଡି ପ୍ରାର୍ଥୀ ହେବେ। ସେନେଇ ଚାଲିଲାଣି କଳ୍ପନାଜଳ୍ପନା।  କିଛି ଗୋଷ୍ଠୀ ପ୍ରଦୀପଙ୍କ ପତ୍ନୀ ପ୍ରତିଭାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ପୁଅ ରୁଦ୍ରଙ୍କୁ ସମର୍ଥନ କରୁଛନ୍ତି । ଏପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ପିପିଲିରେ ମହାରଥୀଙ୍କ ଗଡରେ ପ୍ରବେଶ କରିବାକୁ ଚାଲିଛି ତୟାରୀ।

ପ୍ରଦୀପ ମହାରଥୀଙ୍କ ପରେ ପିପିଲିର ରଥୀ ହେବ କିଏ? ବିଜେଡି ଟିକେଟରେ ପିପିଲିରୁ ଲଢ଼ିବ କିଏ । ପ୍ରଦୀପଙ୍କ ପତ୍ନୀ ନା ପ୍ରଦୀପଙ୍କ ପୁଅ, ନା ସୁପ୍ରିମୋଙ୍କ ନଜରରେ ଆଉ କିଏ ଅଛି। ଏହାକୁ ନେଇ ପିପିଲିରୁ ପୁରୀ ଦେଇ ରାଜଧାନୀ ଯାଏଁ ଚର୍ଚ୍ଚା ଜୋର ଧରିଛି। ମହାରଥୀଙ୍କ ପରେ ବିଜେଡିର ମଙ୍ଗ ତାଙ୍କ ପତ୍ନୀ ପ୍ରତିଭା ନେବେ ନା ତାଙ୍କ ପୁଅ ରୁଦ୍ର ଧରିବେ, କିମ୍ବା ନୂଆ ପ୍ରତିଭା ମୁଣ୍ଡ ଟେକିବେ ତାଙ୍କୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି। ଗୋଟେ ଗୋଷ୍ଠୀ ପତ୍ନୀଙ୍କ ସମର୍ଥନ ଜଣାଇଥିବା ବେଳେ ଯୁବ ଗୋଷ୍ଠୀ ପୁଅ ରୁଦ୍ରଙ୍କୁ ସମର୍ଥନ କରୁଥିବା ଚର୍ଚ୍ଚା ହେଉଥିଲା । ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛି ଡେଲାଙ୍ଗ ବ୍ଲକ ବିଜେଡି। ଏନେଇ ଡେଲାଙ୍ଗ ବିଜେଡି ବ୍ଲକ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏଠାରେ ପ୍ରତିଭାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ଡେଲାଙ୍ଗ ବ୍ଲକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ପୁରୀ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖିଛନ୍ତି । ଏପଟେ ପୁଅ ରୁଦ୍ର ମଧ୍ୟ ଟୁଇଟ କରି ଏହା ଉପରୁ ପର୍ଦା ଉଠାଇଛନ୍ତି।ଟୁଇଟରେ ଲେଖିଛନ୍ତି ଯେ ବାବା ତୁମେ ଗଲାପରେ ଭାରି କଷ୍ଟ ରେ ଆମେ ଅଛୁ ,ତୁମ ପରେ ମା ହେଉଛନ୍ତି ଆମ ପଥ ପ୍ରଦର୍ଶକ ,ମାର୍ଗଦର୍ଶକ ,ମା ଯାହା ବି ନିଷ୍ପତି ନେବେ ଆମେ ସେହି ମାର୍ଗ ରେ ଚାଲିବୁ  ଟୁଇଟ କରି କହିଛନ୍ତି।

ପିପିଲିରେ  ବିଜେଡିର ଏଭଳି କାର୍ଯ୍ୟକଳାପ ଦେଖି  ମହାରଥୀଙ୍କ ଗଡରେ ହାତ  ଓ ପଦ୍ମ ନିଜ ସ୍ଥିତି ମଜଭୁତ କରିବାରେ ଲାଗିପଡ଼ିଲେଣି । କାରଣ ବଜେପି ପକ୍ଷରୁ ବିଭିନ୍ନ ସ୍ତରରେ ବୈଠକ ଆରମ୍ଭ ହୋଇଗଲାଣି । ବିଭିନ୍ନ ମଣ୍ତଳ ସଭାପତିଙ୍କ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଉପନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ବି​‌ଜେପି ତାର ପ୍ରାର୍ଥୀ କିଏ ହେବ ଘୋଷଣା କରିବ। ଏପଟେ କଂଗ୍ରେସ ବି ତା ଗଡ଼ ସଜାଡିବା ପ୍ରକ୍ରିୟା ଆରମ୍ଭ କରିଛି ।  ବ୍ଲକ ଏବଂ ପଞ୍ଚାୟତରେ ବୈଠକ ଆରମ୍ଭ କରିସାରିଛି ।

ପିପିଲିରୁ ଲଗାତର ମହାରଥୀ ନିର୍ବାଚିତ ହୋଇଆସୁଥୁଲେ । ବିରୋଧୀ କଡା ଟକ୍କର ଦେଉଥିଲେ ବି ମହାରଥୀ ଥି​ଲେ ଅନ ବିଟେବୁଲ। ଏବେ ମହାରଥୀଙ୍କ ଅବର୍ତମାନରେ ବିରୋଧୀ ଗଡରେ ଅକ୍ତଆର କରିବାକୁ ତୟାର ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.