Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପିପିଲି ଉପନିର୍ବାଚନ : ବିଜେଡି କହିଲା- ଭଲ ବ୍ୟବଧାନରେ ଜିତିବୁ, କଂଗ୍ରେସ ସ୍ଥିତି ଭଲ ବୋଲି ନିରଞ୍ଜନଙ୍କ ଦାବି

16/09/2021 at 1:04 PM

ଭୁବନେଶ୍ୱର ୧୬।୦୯ : ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ । ଏଥିପାଇଁ ସବୁ ଦଳ ନିଜ ନିଜର କସରତ ଆରମ୍ଭ କରିସାରିଲେଣି । କମ୍ପିଲାନି ପ୍ରଚାର ମଇଦାନ । ପିପିଲ ଗଡ଼ ହାତେଇବାକୁ ଚାଲିଛି କସରତ । ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସବୁ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ।

ପିପିଲିରେ ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ଏକ ବୈଠକ ବସିଥିଲେ । ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା । ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗେ ପ୍ରଚାର କରିବା ନେଇ ଆଲୋଚନା ଚାଲିଛି । ୨୦ରୁ ଆମେ ପ୍ରଚାରକୁ ଜୋରଦାର କରିବୁ । ମହାରଥୀ ଓଭର କନଫିଡେନ୍ସ ଯୋଗୁ କମ୍ ବ୍ୟବଧାନରେ ବିଜୟୀ ହେଉଥିଲେ । ମାତ୍ର ଆମେ ଏଥର ଓଭର କନଫିଡେନ୍ସ  ନାହୁଁ । ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ ।

ସେହିପରି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ପିପିଲି ବିଜେଡ଼ିର ଗଡ଼। ମହାରଥୀଙ୍କୁ ବାରମ୍ବାର ଲୋକମାନେ ଜିତାଇ ଆସିଛନ୍ତି । ଏଥର ବି ଭଲ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ । ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗିବୁ ।

ସେପଟେ ପିପିଲି ଉପନିର୍ବାଚନ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଦଳ ସବୁବେଳେ ସୁଦୃଢ଼ ଅଛି । ଯିଏ ଦଳ ଛାଡି ଗଲେ ମଧ୍ୟ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ। ପିପିଲିରେ ଆମ ସ୍ଥିତି ବହୁତ ଭଲ ରହିଛି। ପ୍ରଚାର ପ୍ରସାର କାର୍ଯ୍ୟ ଠିକ୍ ଭାବେ ଚାଲୁଅଛି । ଟଙ୍କା ବାଣ୍ଟି ଭୋଟ କିଣିବା ଆମର ଲକ୍ଷ ନୁହେଁ। ଗାନ୍ଧୀଙ୍କ ନୀତି ଅନୁସରଣ କରି ଆମେ ନିର୍ବାଚନ ଜିତିବୁ ।

   Related Posts