Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପିପିଲି ଉପନିର୍ବାଚନ: ଆସନ୍ତାକାଲି ଭୋଟ୍ ଗ୍ରହଣ, ବୁଥ୍‌ରେ ପ୍ରସ୍ତୁତି ଶେଷ, ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷରୁ ଅଧିକ ଭୋଟର

29/09/2021 at 7:38 PM

ଭୁବନେଶ୍ଵର ୨୯।୦୮: ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ ଗ୍ରହଣ । କୋଭିଡ କଟକଣା ଭିତରେ ମତଦାନ ହେବାକୁ ଥିବାରୁ ବୁଥକୁ ସାନିଟାଇଜ କରାଯାଇଛି । ପୋଲିଂ ପାର୍ଟି ବୁଥରେ ପହଞ୍ଚି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ବିଏସଏଫ  ମୁତୟନ ହେବା ସହ  ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଏସପି। ଏପଟେ  ଭୋଟ ଗ୍ରହଣ ପୂର୍ବରୁ ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି।

କାଲି ପିପିଲି ଭୋଟ। ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ । ଏଥିପାଇଁ ପ୍ରସ୍ତୁତି ଶେଷ । କୋଭିଡ୍ କଟକଣା ଭିତରେ ହେବ ମତଦାନ। ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ପିପିଲି ଉପନିର୍ବାଚନ ପାଇଁ ୩୪୮ଟି ପୋଲିଂ ବୁଥ୍ କରାଯାଇଛି । ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଥିବାବେଳେ ୭୩ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ୧୭୫ଟି ଯାକ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯାଇଛି।  ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ । ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି ।

ଭୋଟ ଗ୍ରହଣ ବେଳେ ଇଭିଏମ ମେସିନରେ ବୈଷୟିକ ତ୍ରୁଟି ଦେଖାଦେଲେ ତାକୁ ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ କରାଯାଇଛି। ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। କୋଭିଡ ନିୟମ ଅନୁସାରେ ସବୁ ବୁଥକୁ ସାନି ଟାଇଜ କରାଯାଇଛି।  ସବୁ ବୁଥରେ କୋଭିଡ ଭଲ୍ୟୁଣ୍ଟର ରହିବେ। ଯେଉଁମାନେ ଭୋଟ ଦେବାକୁ ଆସିବେ ତାପମାତ୍ର ଥର୍ମାଲ ସ୍କାନିଂରେ ମାପିବା ପରେ ଭୋଟ ଗ୍ରହଣ କେନ୍ଦ୍ରକୁ  ଛଡାଯିବ। ଯେଉଁ ମାନଙ୍କ  ତାପମାତ୍ର ଅଧିକ ଥିବ ସେମାନେ ଓ କୋଭିଡ ଆକ୍ରାନ୍ତ ମାନେ ଶେଷ  ଘଣ୍ଟାରେ ଭୋଟ ଦେବେ। ଯେଉଁ ମାନଙ୍କର ଭୋଟ ପରିଚୟ ପତ୍ର ନଥିବ ସେମାନେ ଡ୍ରାଇଭିଂ ଲାଇସେନସ, ଅଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୂକ ଭଳି ୧୧ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ।

ଭୋଟ ଗ୍ରହଣ ପାଇଁ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉଭୟ ପିପିଲି ଡେଲାଙ୍ଗ ବ୍ଲକରେ ନିଜେ ଏସପି ବୁଥକୁ ବୁଥ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସୁରକ୍ଷାକୁ ନଜରରେ ରଖି ପୂରା ନିର୍ବାଚନ ମଣ୍ଡଳୀକୁ ସେକ୍ଟର ଓ ଜୋନରେ ବିଭକ୍ତ କରାଯାଇଛି।  ୩ କମ୍ପାନୀ ବିଏସଏଫ, ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୩ ଜଣ ଅତିରିକ୍ସ ଏସପି, ୭ ଜଣ ଡିଏସପି ଏବଂ ୨୦ ଜଣ  ଇନସପେକ୍ଟର କୁ ମୁତୟନ କରାଯାଇଛି। ୧୦ଟି ସ୍ଥାନରେ ନାକାବନ୍ଦୀ କରାଯାଇ ତନ୍ନତନ୍ନ କରି ଯାଞ୍ଜ କରାଯାଇଛି। ସମ୍ବେଦନଶୀଳ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତ ପୁରୀ ଏସପି ।

ଏପଟେ ଭୋଟ ପୂର୍ବରୁ ପିପିଲିରେ ଆଇନଶୃଙ୍ଖଳାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ପିପିଲି ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିଗିଡିଥିବା ନେଇ ଅଭିଯୋଗ ଆଣିଛି । ଯାହାର ଜବାବ ଦେଇଛି ବିଜେଡି ।

   Related Posts