ପିପିଲି ଫାଇଟ୍‌: ବିଜେଡି ଓ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଚେଲ୍ଲାକୁମାର ସାମିଲ

Published By : Prameya-News7 Bureau | April 02, 2021 IST

ଭୁବନେଶ୍ଵର/ପିପିଲି ୦୨।୦୪: ଜମିଲାଣି ପିପିଲି ଉପନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଭୋଟ ଭିକ୍ଷା ପାଇଁ ମଇଦାନକୁ ଓଲ୍ଲାଇଲେଣି । ଏମିତିକି ବିଭିନ୍ନ ଦଳର କର୍ମୀଙ୍କ ଭିତରେ ଛକା ପଞ୍ଝାର ଖବର ବି ସାମ୍ନାକୁ ଆସିଲାଣି।ଏହା ଭିତରେ ଆଜି ବିଜେଡି ଓ କଂଗ୍ରେସ ତାର ୩୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା ଘୋଷଣା କରିଛି। ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ହେଉଛନ୍ତି ଦଳର ଏକ ନମ୍ବର ଷ୍ଟାର ପ୍ରଚାରକ। ସେହି ପରି କଂଗ୍ରେସ ଷ୍ଟାର ତାଲିକାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ରହିଛନ୍ତି। ଏହା ପୂର୍ବରୁ ବିଜେପି ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରି ସାରିଛି।  

ବିଜେଡି ଘୋଷଣା କରିଥିବା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୭  ମନ୍ତ୍ରୀ ଓ ଅନେକ ବିଧାୟକଙ୍କ ନାଁ ରହିଛି। ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସମୀର ରଜଂନ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ଅଶୋକ ପଣ୍ଡା, ଦେବୀ ମିଶ୍ର, ଅତନୁ ସବ୍ୟ ସାଚୀ ନାୟକ,  ପ୍ରତାପ ଦେବ, ସଞ୍ଜୟ ଦାସବର୍ମା, ପିନାକୀ ମିଶ୍ର, ମହେଶ୍ବର ମହାନ୍ତି ଆଦି ନେତାଙ୍କ ନାଁ ଷ୍ଟାର କ୍ୟାମ୍ପନର ତାଲିକାରେ ରହିଛି। ସେପଟେ ଆଜି ପ୍ରାର୍ଥୀ ରୁଦ୍ର ମହାରଥୀ ରାଲିରେ ଯାଇ ପ୍ରଚାର କରିଛନ୍ତି ।

ସେପଟେ କେଂଗ୍ରେସ ପକ୍ଷରୁ ଆଜି ୩୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା ଘେଷଣା କରିଛି । ଯେଉଁଥିରେ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ସମେତ ପିସିସି ସଭାପତି ନିରଞନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ପ୍ରଦୀପ ମାଝୀଙ୍କ ସମେତ ଅନେକ ନେତାଙ୍କ ନାଁ ରହିଛି । ସେପଟେ ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଉ କିଛି ପଞ୍ଚାୟତ ବୁଲି ପ୍ରଚାର କରିଛନ୍ତି । ଆଉ ଦୁଇ ତିନି ଦିନ ପରେ ପିପିଲିରେ ସବୁ ଦଳର  ବଡ ନେତାଙ୍କ ପ୍ରଚାର ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.