ଆସନ୍ତା ୩ରେ ପିପିଲି ଫଇସଲା: ଜଣା ପଡିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ବିଜେଡି ଓ ବିଜେପିର ଦାବି ଆମେ ଜିତିବୁ, ହାତ ଟେକିଦେଲା କଂଗ୍ରେସ

Published By : Prameya-News7 Bureau | October 01, 2021 IST

ଭୁବନେଶ୍ଵର ୦୧।୧୦: ଆସନ୍ତା ୩ ତାରିଖରେ ଆସିବ ପିପିଲି ଫଇସଲା । ଭୋଟ ଗଣତି ହେବା ପୂର୍ବରୁ ପିପିଲି କାହାର , ଜନତା କାହା ଉପରେ ଭରସା କରିଛନ୍ତି  ଜଣାପଡିନି। କିନ୍ତୁ ପିପିଲିରେ ବିଜେଡି ଜିତିବ ଗତ ଠାରୁ ଯେତିକି ମାର୍ଜିନ ଥିଲା ତାଠୁ ଅଧିକ ହେବ ବୋଲି  ଦାବି କରିଥିବା ବେଳେ ବିଜେପି କହିଛି ପରିବର୍ତ୍ତନ ସୁନିଶ୍ଚିତ। ଏପଟେ ଭୋଟ ଗ୍ରହଣ ପରେ ଷ୍ଟ୍ରଗ ରୁମରେ ଇଭିଏମ ପହଞ୍ଚି ସାରିଛି।

କାହା ଭାଗ୍ୟରେ ପିପିଲି।  ୩ ତାରିଖରେ ଖୋଲିବ ଇଭିଏମ୍ । ଜଣା ପଡିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡି ପିପିଲି ଜିତିବ ବୋଲି ଦାବି କାରିଛି। ଗତ ନିର୍ବାଚନଠାରୁ ବିଜେଡି ଏଥର ଅଧିକ ଭୋଟ ପାଇବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହରାଇଥିଲା ପୁରୀ ଏବଂ ବ୍ରହ୍ମଗିରୁ ସିଟ୍ । କିନ୍ତୁ ସ୍ବଗର୍ତ ପ୍ରଦୀପ ମହାରଥୀ ତାଙ୍କ ଗଡ ବଜାୟ ରଖିଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ପ୍ରଥୀପ ମହାରଥୀ ୧୫ହଜାର ୭୮୭ ଅଧିକ ଭୋଟ ପାଇଥିଲେ।  ଏଥର ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ  ପ୍ରାର୍ଥୀ ହୋଇଥିଲେ ବି ନିର୍ବାଚନୀ ବୈତରଣୀ ପାର ହେବାକୁ ବିଜେଡିକୁ ବେଶ ଝାଳ ବୁହାଇବାକୁ ପଡିଛି । ତଥାପି କେତେ ବ୍ୟବଧାନରେ ଜିତିବ ବିଜେଡି ସ୍ପଷ୍ଟ କହି ପାରୁନି।

{"id":520752,"sizeSlug":"full","linkDestination":"none"}

ବିଜେପି ମଧ୍ୟ ନିଶ୍ଚିତ ଯେ ପିପିଲିରେ  ପରିବର୍ତନ ହେବ। କାରଣ ଭୋଟର ବିଜେଡି ବିରୋଧରେ ଥିଲେ । ସେଥିପାଇଁ ସାଇଲେଣ୍ଟ ରହିଥିଲେ। ସରକାରଙ୍କ ଯୋଜନା ଲୋକଙ୍କ ପାଖରେ  ପହଞ୍ଚିନାହି। ଲୋକଙ୍କ ପାଖରେ ଫନି ସହାୟତି ପହଞ୍ଚି ନାହିଁ।  ଯେଉଁଥିପାଇଁ ପିପିଲ ଲୋକ ସରକାର ଉପରେ ଭରସା କରୁନଥିବା ବିଜେପି କହିଛି । ଏଥର ଭୋଟ ହାର ୧ ପ୍ରତିଶତ ବଢ଼ି ୭୮.୨୪ ପ୍ରତିଶତ ହୋଇଛି। ଭୋଟ ହାର ବଢ଼ିଛି ଅର୍ଥ ବିଜେପି ଏଥିରୁ ଫାଇଦା ପାଇବ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

କିଏ କେତେ ଭୋଟରେ ଜିତିବ ତାକୁ ନେଇ ଅଙ୍କକଷା ଚାଲିଥିବା ବେଳେ , ଭୋଟ ଗଣତି ଆଗରୁ ହାତ ଟେକି ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, କଂଗ୍ରେସ ହାରୁଥିବା ମାନି ନେଇଛନ୍ତି । ପିପିଲିରେ ଦଳ ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେଡି ଏକ ନମ୍ବର ହେବ ବୋଲି ସୁର କହିଛନ୍ତି।

{"id":520753,"sizeSlug":"full","linkDestination":"none"}

ସମୁଦାୟ ୩୪୮ ବୁଥ୍ର ଇଭିଏମ୍ ଗୁଡିକୁ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଆଜି ଭୋର ୪ ଟା ପର୍ଯ୍ୟନ୍ତ ପୋଲିଂ ଅଧିକାରୀ ଓ ପ୍ରାର୍ଥିମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖି ସିଲ୍ କରାଯାଇଛି । ଏବେ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ଇଭିଏମ୍ । ବିଏସଏଫ ଯବାନ୍, ଓଏସଏପି ଯବାନ୍ ଓ ରାଜ୍ୟ ପୋଲିସର ସଶସ୍ତ୍ର ସୁରକ୍ଷାକର୍ମୀ ଓ ମାଜିଷ୍ଟ୍ରେଟ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.