କାଲିଠୁ କମ୍ପିବ ପିପିଲି: ମଇଦାନକୁ ଓହ୍ଲାଇବେ ହେଭିୱେଟ, ତିନି ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଚାରେ ଉଷ୍ଣହେବ ରାଜନୀତି

Published By : Prameya-News7 Bureau | September 19, 2021 IST

ଭୁବନେଶ୍ଵର ୧୯।୦୯: ପିପିଲି ଉପନିର୍ବାଚନ ଲାଗି କାଲିଠୁ ଆରମ୍ଭ ହେବ ବିଧିବଦ୍ଧ ପ୍ରଚାର । ସାନି ପ୍ରଚାର ଲାଗି ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ପୁଣି ଥରେ ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ସାନି ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି । ବଡ ବଡ ଶୋଭାଯାତ୍ରା ନକରି ଏଥର ଛୋଟ ଛୋଟ ସଭା ଓ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଯୋର ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ।

କାଲିଠୁ ପୁଣି କମ୍ପିବ ପିପିଲି । ମଇଦାନକୁ ଓହ୍ଲାଇବେ ହେଭିୱେଟ । ତିନି ଦଳର ଷ୍ଟାର ପ୍ରଚାରକଙ୍କ ପ୍ରଚାରେ ଉଷ୍ଣହେବ ପିପିଲି ରାଜନୀତି ପାଣିପାଗ । ପିପିଲି ଉପନିର୍ବାଚନ ସାନି ତାରିଖ ଘୋଷଣା ପରେ ୨୦ରୁ  ବିଦ୍ଧିବଦ୍ଧ ପ୍ରଚାର ଆରମ୍ଭ ହେବ । କୋଭିଡ କଟକଣା ଭିତରେ ଧାର୍ଯ୍ୟ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବାକୁ ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜର ସାନି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରି ସାରିଛନ୍ତି।

{"id":514244,"sizeSlug":"full","linkDestination":"none"}

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କୁ ମିଶାଇ ୨୦ ଜଣ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ପୂର୍ବରୁ ପିପିଲିରେ ମୁଖ୍ୟମନ୍ତ୍ରୀ ଦଳ ପାଇଁ ପ୍ରଚାର କରିସାରିଛନ୍ତି ।  ଏବେ  କୋଭିଡ କଟକଣାରେ ପ୍ରଚାର ହେଉଥିବାରୁ ୱାଡ ୱାରୀ ବୈଠକ ଓ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଲାଗି ଷ୍ଟାର କ୍ୟାମ୍ପେନର ଭୋଟ ପ୍ରଚାର କରିବା ନେଇ ପ୍ଲାନ କରିଛି ବିଜେଡି । ପିପିଲି ବଡ ବ୍ୟବଧାନରେ ଜିତିବା ଦଳ ପାଇଁ ଚ୍ୟାଲେଞ୍ଜ ବୋଲି ବିଜେଡି କହିଛି । 

ପିପିଲିରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପୁଣି ଥରେ ପ୍ରଚାରକୁ ଓହ୍ଲାଇବା ଲାଗି ୨୦ ଜଣିଆ ଷ୍ଟାର ପ୍ରଚାରକ ୨୦ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ  । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀ, ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ସମତେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ପିପିଲିରେ ବିଜେପି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ଦଳ ବିଜୟୀ ହେବ ବୋଲି କହିଛି । ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ସଫଳ ଯୋଜନାକୁ ନେଇ ଷ୍ଟାର ପ୍ରଚାରକ ଛୋଟମୋଟ ସଭା କରି ପ୍ରଚାରକୁ ଆଗକୁ ବଢାଇବାକୁ ପ୍ଲାନ କରିଛି ବିଜେପି ।

{"id":514245,"sizeSlug":"full","linkDestination":"none"}

ପିପିଲି ଉପନିର୍ବାଚନ ପ୍ରଚାର ଲାଗି କଂଗ୍ରେସର ପ୍ରସ୍ତୁତି ବୈଠକ । ଦଳର ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କ ଲାଗି ପ୍ରଚାର କରିବାକୁ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ନେଇ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି  । ତାଲିକାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ଆଗଧାଡିର ନେତା ଅଛନ୍ତି । ୨୦ରୁ ଦଳ ପ୍ରଚାରକୁ ଆଗକୁ ନେବ ଷ୍ଟାର ପ୍ରଚାରକ ମାନେ ପ୍ରଚାର ଘର ଘର ବୁଲି ଭୋଟରଙ୍କୁ ଭେଟିବା ଉପରେ ଗୁରୁତ୍ବ ଦେଇଛି କଂଗ୍ରେସ । ଦଳ ପିପିଲିରେ ଭଲ କରିବ ବୋଲି ଆଶା ରଖିଛି ।

ତିନି ଥର ତାରିଖ ଘୁଞ୍ଡିବା ପରେ ୩୦ରେ ପିପିଲି ଭୋଟ ଲାଗି ସାନି ତାରିଖ ଘୋଷଣା ହୋଇଛି ପଞ୍ଚାୟତ ଓ ପୈୌର ନିର୍ବାଚନ ପୂର୍ବରୁ ପିପିଲିରେ ଭଲ ପ୍ରଦର୍ଶନ କରି ଭୋଟରଙ୍କୁ ବାର୍ତ୍ତା ଦେବାକୁ ଲାଗି ପଡିବେ ରାଜ୍ୟର ତିନି ପ୍ରମ୍ମୁଖ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.