ପିପିଲି ଦୁଷ୍କର୍ମ ଓ ହତ୍ୟା ଘଟଣାର ପୂରା କାହାଣୀ…ଜାଣନ୍ତୁ କଣ ଥିଲା ଘଟଣା
6/01/2019 at 6:34 PM

ଭୁବନେଶ୍ବର ୬|୧: ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ମହାରଥୀଙ୍କ ମନ୍ତ୍ରୀପଦ ଦ୍ବିତୀୟ ଥର ପାଇଁ ନେଇଛି । ପ୍ରଥମେ ୨୦୧୨ରେ ସେ ଏହି ଘଟଣା ପାଇଁ ଦେଇଥିଲେ ଇସ୍ତଫା ଆଉ ୭ ବର୍ଷ ପରେ ପୁଣିଥରେ ପିପିଲି ପୀଡ଼ିତାଙ୍କ ପାଇଁ ଗଲା ମହାରଥୀଙ୍କ ମନ୍ତ୍ରୀପଦ। କଣ ଥିଲା ପୂରା ଘଟଣା ଆସନ୍ତୁ ଦେଖିବା ।…
କ୍ଷୀର କ୍ଷୀର, ପାଣି ପାଣି ହୋଇଯାଇଛି। ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମହାରଥୀଙ୍କୁ ଗାଦିଚ୍ୟୁତ କରିଛି। ୨୦୧୧ ନଭେମ୍ବର ୨୯। ପିପିଲି ଅଞ୍ଚଳର ଏକ ଦୂର ଗାଁର ଏହି ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ୬ ମାସ ଧରି କଟକ ଏସ୍ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ୨୦୧୨ ଜୁନ୍ ୨୧ରେ ଆଖିବୁଜିଲେ ପୀଡ଼ିତା । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜାନୁଆରି ୧୯, ୨୦୧୨ରେ ଇସ୍ତଫା ଦେଇଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ। ମହାରଥୀଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ କୁଆଡ଼େ ଅଭିଯୁକ୍ତମାନଙ୍କୁ ପ୍ରଶ୍ରୟ ଦେଇଥିଲେ। ତଦନ୍ତକୁ ପ୍ରଭାବିତ କରିବା ଲାଗି ଚେଷ୍ଟା କରିଥିଲେ।
ତେବେ ଏହି ଅଭିଯୋଗ ସତ୍ତ୍ବେ ୨୦୧୪ ନିର୍ବାଚନ ଜିତିକି ଆସିଥିଲେ ପ୍ରଦୀପ ମହାରଥୀ ଆଉ ପୁଣିଥରେ ତାଙ୍କୁ ମିଳିଥିଲା କୃଷିମନ୍ତ୍ରୀ। ରାଜ୍ୟର ଚାଷୀ ଆତ୍ମହତ୍ୟା ମହରାଥୀଙ୍କୁ ଦୋହଲାଇପାରିନଥିଲା କିନ୍ତୁ ଜଣେ ଝିଅର ଆତ୍ମା ତାଙ୍କୁ ଶାନ୍ତିରେ ରଖେଇ ଦେଇନଥିଲା।
ଏହି ମାମଲା ରାଜ୍ୟ ରାଜନୀତିକୁ ଦୋହଲାଇ ଦେବା ପରେ ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ କରିଥିଲେ । ୨୦୧୬ ମାର୍ଚ୍ଚ ୩୦ରେ କମିଶନ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।
ଏପଟେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ । କିନ୍ତୁ ପୀଡ଼ିତାଙ୍କୁ ହତ୍ୟା କରାଯାଇଥିବା କୋର୍ଟ ସ୍ବୀକାର କରିଥିଲେ । ଏହାକୁ ନେଇ ସାରା ରାଜ୍ୟରେ ଅଶାନ୍ତି ଦେଖାଦେଉଥିବରୁ କ୍ରାଇମବ୍ରାଞ୍ଚ ମୁହଁ ଖୋଲିଥିଲା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବାକୁ ଘୋଷଣା କରିସାରିଥିଲା, ହେଲେ ବିରୋଧୀଙ୍କ ଟାର୍ଗେଟ୍ରୁ ବର୍ତ୍ତୀ ପାରିନଥିଲେ ମହାରଥୀ।…