ନକ୍ସଲଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ, ରାସ୍ତାରୁ ଉଦ୍ଧାର ହେଲା ପାଇପ୍ ବୋମା

Published By : Prameya-News7 Bureau | June 21, 2021 IST

ମାଲକାନଗିରି, ୨୧/୦୬:  ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ । ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ରାସ୍ତାରେ ଲଗାଇଥିବା ଏକ ପାଇପ ବୋମା ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ମିରତୁର ଥାନା ଅନ୍ତର୍ଗତ କୋକଡିପାରା ରାସ୍ତା ଦେଇ ଯବାନମାନେ ଅପରେସନ ପାଇଁ ଯାଉଥିଲେ । ଏହି ରାସ୍ତାରେ ଯବାନଙ୍କୁ ଟାର୍ଗେଟ୍ କରି ଲଗାଯାଇଥିବା  ଏହି ବୋମାକୁ  ଠାବ କରାଯାଇଛି । ପରେ ଛତିଶଗଡ ପୋଲିସର ବୋମା ନିଷ୍କ୍ରିୟ ଟିମ ଏହାକୁ ଡିଫ୍ୟୁଜ କରିଛନ୍ତି ।

୧୦ କିଲୋଗ୍ରାମ ଓଜନର ଏହି ପାଇପ ବୋମାଟି ବିସ୍ଫୋରଣ ହୋଇଥିଲେ ବଡ ଧରଣର କ୍ଷୟକ୍ଷତି ହୋଇଥାନ୍ତା । ଏପରିକି  ଅନେକ ମୃତାହତ ମଧ୍ୟ ହୋଇଥାନ୍ତେ। ତେବେ ସତର୍କତା ଯୋଗୁଁ ଅଳ୍ପକେ ଯବାନମାନେ ବର୍ତ୍ତି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.