Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମୁହଁ ଖୋଲିଲେ ପିଣ୍ଟୁ ନନ୍ଦ ; ସେ ଝିଅକୁ ମୁଁ ଚିହ୍ନିନି କି ଜାଣିନି, ପ୍ରଥମ ଥର ପାଇଁ ଥାନାରେ ଦେଖିଲି…

30/07/2020 at 2:13 PM

ଭୁବନେଶ୍ବର ୩୦।୦୭: ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ନିର୍ଦ୍ଦେଶକ ତଥା ଅଭିନେତା ପିଣ୍ଟୁ ନନ୍ଦ । ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ ଝିଅକୁ ମୁଁ ଚିହ୍ନିନି କି ଜାଣିନି, ପ୍ରଥମଥର ପାଇଁ ଥାନାରେ ଦେଖିଲି ବୋଲି ପିଣ୍ଟୁ କହିଛନ୍ତି । ବଡ଼ ଭୂମିକା ନମିଳିବାରୁ ଯୁବତୀ ଜଣକ ଏଭଳି ଅଭିଯୋଗ କରିଛନ୍ତି । ଫୋନରେ ଧମକଚମକ ଦେଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି । ତେବେ ସୁଟିଂ ଯେଉଁଠି ହେଉଥିଲା ସେଇଠି ସିସିଟିଭି ଲାଗିଥିଲା, ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ଜଣାପଡିବ ବୋଲି ପିଣ୍ଟୁ ନନ୍ଦ ସଫେଇ ରଖିଛନ୍ତି ।

ଓଲିଉଡର ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଫିଲ୍ମରେ ସୁଯୋଗ ଦେବାକୁ କହି ତାଙ୍କୁ ହୋଟେଲ୍ କୁ ଡାକି ତାଙ୍କ ସହ ଖରାପ ବ୍ୟବହାର କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୁଲିସ୍  ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପଟେ ୧୫ ଦିନ ଭିତରେ ଥାନାରେ ମୋର ପକ୍ଷ ରଖିବି ବୋଲି ପିଣ୍ଟୁ ନନ୍ଦ କହିଛନ୍ତି ।

   Related Posts