UP ରେ ଲଞ୍ଚ ହେଲା PINK Patrol, ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବେ ପ୍ରଶିକ୍ଷିତ ଫୋର୍ସ

Published By : Prameya-News7 Bureau | October 18, 2020 IST

ଲକ୍ଷ୍ନୌ ୧୮।୧୦: ଉତ୍ତର ପ୍ରଦେଶରେ ମହିଳା ଅପରାଧ ହାରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନବରାତ୍ର ଅବସରରେ ‘ପିଙ୍କ ପାଟ୍ରୋଲ’ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ପ୍ରଶିକ୍ଷିତ ମହିଳାଙ୍କ ଫୋର୍ସ ସହରରେ ପାଟ୍ରୋଲିଂ କରିବା ସହ ମହିଳା ଅପରାଧ ସହ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବେ। ଏହି ଫୋର୍ସ ଉଭୟ ସ୍କୁଟର ଓ ଏସୟୁଭିରେ ପାଟ୍ରୋଲିଂ କରିବେ। 

{"id":346845,"sizeSlug":"large"}

ପିଙ୍କ ପାଟ୍ରୋଲ ଲାଗି ରାଜ୍ୟ ପୋଲିସ ବିଭାଗ ପ୍ରଥମ ପର୍ଯ୍ୟାୟରେ ୨୫୦ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ନିଯୁକ୍ତି ଦେଇଛି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଲକ୍ଷ୍ମୌରେ ଆରମ୍ଭ ହୋଇଥିବା ପିଙ୍କ ପାଟ୍ରୋଲ ଯୋଜନା କ୍ରମେ ରାଜ୍ୟର ଅନ୍ୟ ସହର କାନପୁର, ଆଗ୍ରା, ଗୋରଖପୁର, ବାରଣାଶୀ, ପ୍ରୟାଗରାଜ,ମେରଠ, ନୋଏଡା, ଗାଜିଆବାଦ ଓ ମୁରାଦାବାଦରେ ମଧ୍ୟ କାର୍ଯ୍ୟକାରୀ ହେବ।

wp:html /wp:html

ପ୍ରଥମ ପର୍ଯ୍ୟାୟରେ ୧୦୦ ସ୍କୁଟର ଓ ୧୦ ଏସୟୁଭିରେ ଏହି ମହିଳା ସୁରକ୍ଷା କର୍ମୀମାନଙ୍କୁ ସାରା ରାଜ୍ୟରେ ମୁତୟନ କରାଯିବ। ତେବେ ପରେ  ପାଟ୍ରୋଲ  ସଂଖ୍ୟା ବଢିବ ଓ ସେହି ଅନୁସାରେ ପାଟ୍ରୋଲିଂ ପାର୍ଟିଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ନିଯୁକ୍ତ ମଧ୍ୟ କରାଯିବ। ମହିଳାଙ୍କ ପ୍ରତି ଅସଦାଚରଣ ଓ ଭିଡାଓଟରା ମାମଲାରେ ଏମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବେ। ଏଥିଲାଗି ପୋଲିସ ଦ୍ୱାରା ଚିହ୍ନଟ ହଟ୍ ସ୍ପଟ୍‌ରେ ଏହି ପିଙ୍କ ପାଟ୍ରୋଲ ମୁତୟନ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.