ପ୍ରକୃତିର ଆଶ୍ଚର୍ଯ୍ୟ 'ଗୋଲାପୀ ହୀରା', ୨୦୦ କୋଟି ଟଙ୍କାରେ ହେଲା ନିଲାମ

Published By : Prameya-News7 Bureau | November 12, 2020 IST

ମସ୍କୋ, ୧୨|୧୧:   ଋଷର ଏକ ହୀରା ଖଣିଚୁ ଅତି ଦୁର୍ଲଭ ଗୋଲାପୀ ହୀରା ମିଳିଛି । ଏହାକୁ କେହିକେହି ପ୍ରକୃତିର ଆଶ୍ଚର୍ଯ୍ୟ ବୋଲି ମଧ୍ୟ କୁହନ୍ତି । ଏହି ବିରଳ ହୀରାକୁ ବୁଧବାର ୨୬.୬ ମିଲିୟନ ଡଲାର ବା ପ୍ରାୟ ୨୦୦ କୋଟି ଟଙ୍କାରେ ନିଲାମ କରାଯାଇଛି । ହୀରାକୁ ସୋଦେବି ନାମକ ଏକ କମ୍ପାନୀ ନିଲାମ ଡାକିଥିଲା ।

ସୋଦେବିର କହିବାନୁସାରେ, ଏହି ହୀରା ମିଳିବା ବିରଳ ଘଟଣା । ଏହାକୁ ଦି ସ୍ପିରିଟ୍ ଅପ୍ ରୋଜ ବୋଲି କୁହାଯାଏ । ଏହାର ଦାମ୍ ପ୍ରାୟ ୨୩ ମିଲିୟନ ଡଲାରରୁ ୩୮ ମିଲିୟନ ଡଲାର ହୋଇଥାଏ । ପ୍ରଥମେ ଏହି ଗୋଲାପୀ ହୀରାକୁ ୧୬ ମିଲିୟନ ଡାଲରରେ ନିଲାମ ଡକାଯାଇଥିଲା । ପରେ ଏହା ୨୧ ମିଲିୟନ ଡଲାର ଓ ଶେଷରେ ୨୬.୬ ମିଲିୟନ ଡଲାରରେ ନିଲାମ ପ୍ରକ୍ରିୟା ଶେଷ ହୋଇଥିଲା ।

ବିଭିନ୍ନ ଅଳଙ୍କାର ଉପରେ ଜ୍ଞାନ ରଖୁଥିବା ବିଶେଷଜ୍ଞ ବେନୋଇଟ୍ ରିପେଲିଆନ୍ କହିଛନ୍ତି ଯେ, ଗୋଲାପୀ ହୀରାକୁ ନେଇ ଏହା ଏକ ରେକର୍ଡ । ଏହି ହୀର ୧୪.୮୩ କ୍ୟାରେଟର ଅଟେ । ଆହୁରି ମଧ୍ୟ ଏହା ସବୁଠାରୁ ବଡ ଗୋଲାପୀ ହୀରା । ୧୯୧୧ରେ ଏହାକୁ ଭାସଲ ନିଜିନସ୍କେ ନାମକରଣ କରିଥିଲେ । ଋଷ ବ୍ୟତୀତ ହଙ୍ଗକଙ୍ଗ୍, ସିଙ୍ଗାପୁର ଓ ତାଇପେଇରେ ମିଳିଥାଏ । କେବଳ ଧନିକ ଶ୍ରେଣୀର ବ୍ୟକ୍ତି ହିଁ ଏହି ହୀରାକୁ କିଣିଥାନ୍ତି । ଏତତ୍ ବ୍ୟତୀତ ଅଷ୍ଟ୍ରେଲିଆର ଆରଜାଇଲ୍ ମାଇନ୍ସ ସବୁଠାରୁ ଅଧିକ ଗୋଲାପୀ ହୀରା ଉତ୍ପାଦନ କରିଥାଏ ।

ସୂଚନାଯୋଗ୍ୟ, ଆଲୋକର ସଂସ୍ପର୍ଶରେ ଆସିବା ଫଳରେ ଏପରି ହୀରା ପ୍ରାକୃତିକ ଭାବେ ଗୋଲାପୀ ରଙ୍ଗର ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.