ମହିଳାଙ୍କ ‘ଗୁଲାବି ବସ୍’…ଶୌଚାଳୟରୁ ସାନିଟାରୀ ନାପକିନ୍ ଏବଂ ୱାଇଫାଇ ସହ ରହିଛି ସବୁ ସୁବିଧା

Published By : Prameya-News7 Bureau | February 06, 2020 IST

ପୁଣେ ୬|୨: ପୁଣେ ସହରରେ ‘ଗୁଲାବି ବସ୍‌’ ଯୋଗୁଁ ମହିଳାମାନଙ୍କ ଚେହେରାରେ ଖୁସି ଦେଖିବାକୁ ମିଳୁଛି। ଏହି ଖୁସିର ଅନେକ କାରଣ ରହିଛି। ଏହି ‘ଗୁଲାବି ବସ୍‌’ ଭିତରେ ଶୌଚାଳୟ, କ୍ୟାଣ୍ଟିନ୍‌, ପିଲାମାନଙ୍କ ଡାଇପର ବଦଳିବା ବ୍ୟବସ୍ଥା, ସ୍ତନ୍ୟପାନର ସୁବିଧା ମଧ୍ୟ ରହିଛି। ଏହା ସହ ସାନିଟାରୀ ନାପକିନ୍‌ ମଧ୍ୟ ମିଳୁଛି।

{"id":220740,"sizeSlug":"large"}

ଭିଡ ବଜାରରେ ଏବେ ମହିଳାମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେମାନଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ବସ୍‌ରେ ଉପଲବ୍ଧ ରହିଛି। ଏହି ବସ୍‌ର ଆରମ୍ଭ ପୁଣେରେ ହୋଇଛି। ଉଦ୍ୟୋଗୀ ଅଲ୍କା ସାଦକର ଓ ତାଙ୍କ ସ୍ବାମୀ ରାଜୀଭ ଖେର ଏହି ବସ୍‌ର ଆରମ୍ଭ କରିଛନ୍ତି।     

{"id":220741,"sizeSlug":"large"}

ସହରରେ ଥିବା ସୁଲଭ ଶୌଚାଳୟର ଅସ୍ବଚ୍ଛତା ଯୋଗୁଁ ମହିଳାମାନଙ୍କ ମଧ୍ୟରେ ରୋଗ ବଢିବାର ଚିନ୍ତା ଥାଏ। ଏହାକୁ ଧ୍ୟାନରେ ରଖି ଅଲ୍‌କା ଏଭଳି ପ୍ରକ୍ରିୟାର ଆରମ୍ଭ କରିଛନ୍ତି। ସହରରେ ସମୁଦାୟ ୧୩ଟି ଗୁଲାବି ବସ୍‌ ଚାଲୁଛି। ଏହି ବସ୍‌ର ନାଁ ତୀ'’ଦିଆଯାଇଛି।

{"id":220742,"sizeSlug":"large"}

ତୀ ଶବ୍ଦ ମହିଳାମାନଙ୍କୁ ସମ୍ବୋଧନ କରିବାକୁ ବ୍ୟବହାର କରାଯାଏ। ଏହି ବସ୍‌ରେ ଥିବା ଶୌଚାଳୟ ସାଧାରଣ ଟଏଲେଟ୍‌ରୁ ବେଶ ଅଲଗା ତିଆରି କରାଯାଇଛି। ବସ୍‌ର ଆକାର ଅନୁସାରେ, ପ୍ରତି ବସ୍‌ରେ ୩-୪ ଇଣ୍ଡିୟାନ୍‌ ଓ ୱେଷ୍ଟର୍ଣ୍ଣ ଟଏଲେଟ୍‌ ରହିଛି। ଏହା ସହ ବସ୍‌ରେ ୱାଇଫାଇ ସୁବିଧା ମଧ୍ୟ ରହିଛି।   

{"id":220745,"sizeSlug":"large"}

ବସ୍‌ର ଗୋଟେ ଭାଗ ଫୁଡ୍‌ ଷ୍ଟେସନ କରାଯାଇଛି। ଯେଉଁଠି ଖାଇବା ପିଇବାର ସୁବିଧା ରହିଛି। ପୁଣେ ସହରର ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ସୁଲଭ ଶୌଚାଳୟ ତିଆରି କରିବାକୁ ମଧ୍ୟ ଜାଗା ନାହିଁ।

{"id":220747,"sizeSlug":"large"}

ଏହି ସମସ୍ୟାର ସମାଧାନ କରିବା ପାଇଁ ଅଲ୍କା ଓ ରାଜୀଭ ଏଭଳି ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ଚଳିତ ବର୍ଷ ଏହି ବସ୍‌ର ସୁବିଧା ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ନାଗପୁରରେ ଆରମ୍ଭ କରାଯିବ। ସରକାରଙ୍କ ସହଯୋଗ ଦ୍ବାରା ଏହି ବସ୍‌ ଲଞ୍ଚ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.