Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କେରଳରେ ଏଲଡିଏଫ୍‌ ରଚିଲା ଇତିହାସ, ୪୦ ବର୍ଷର ପରମ୍ପରା ଭାଙ୍ଗି ଲଗାତାର ଦ୍ବିତୀୟ ଥର ସରକାର କରିବାକୁ ଯାଉଛନ୍ତି ବିଜୟନ

2/05/2021 at 10:06 PM

ଭୁବନେଶ୍ବର ୨/୫:  କେରଳ, ପଶ୍ଚିମବଙ୍ଗ ସମେତ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗଣତି ଚାଲିଛି। ସବଠି ଚିତ୍ର ସ୍ପଷ୍ଟ ହୋଇଚାଲିଥିବା ବେଳେ କେରଳରେ ଏଲଡିଏଫ ପୁଣି ଥରେ ଶାସନକୁ ଫେରୁଥିବା ପକ୍କା ହୋଇଯାଇଛି।  ଲେଫ୍ଟ ସରକାର ପୁଣି ଥରେ ଆସୁଥିବା ବେଳେ ୪୦ ବର୍ଷର ପରମ୍ପରା ଭାଙ୍ଗିଛି। ଗତ ୪ ଦଶକରେ ଶାସକ ଦଳ ଦ୍ବିତୀୟ ବାର ବିଜୟ ହାସଲ କରିପାରିନଥିଲା। କିନ୍ତୁ ଏଥର ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ) ସରକାର ଚମତ୍କାର କରି ଦେଖାଇଛି।

କେରଳରେ ୧୯୮୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାସକ ଦଳ ପରାଜୟ ସ୍ବୀକାର କରିଥିଲା।  ପରେ ପରେ ପ୍ରତି ୫ ବର୍ଷରେ ବିପକ୍ଷ ଦଳ ସତ୍ତାକୁ ଫେରିଥିଲେ। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ଏଲଡିଏଫ ଇତିହାସ ରଚିବା ସହ କଂଗ୍ରେସ ନେତୃତ୍ବାଧୀନ ସଂଯୁକ୍ତ ଲୋକତାନ୍ତ୍ରିକ ମୋର୍ଚ୍ଚା (ୟୁଡିଏଫ)କୁ ମାତ ଦେଇ ଲଗାତାର ଦ୍ବିତୀୟ ଥର ଶାସନକୁ ଫେରିଛି।  ସେପଟେ ୨୦୧୬ରେ ଗୋଟିଏ ସିଟ୍‌ ଜିତିଥିବା ବିଜେପି ୨୦୨୧ରେ ଖାତା ବି ଖୋଲିପାରି ନାହିଁ।

ମିଳିଥିବା ତଥ୍ୟ ଅନୁସାରେ ୧୪୦ ଆସନ ମଧ୍ୟରୁ ଏଲଡିଏଫ ୯୬ ଏବଂ ୟୁଡିଏଫ୍‌ ୪୨ ସିଟ୍‌ରେ ବିଜୟୀ ହୋଇଛି।  ଦୁଇଟି ସିଟ୍‌ ଅନ୍ୟ ଦଳ ଖାତାକୁ ଯାଇଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିଜର ଟିମ୍‌ ଗଠନ ପାଇଁ ବୈଠକ ବେଳେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ  ।  କାରଣ ତାଙ୍କ ପାଖରେ ଅନୁଭବୀ ନେତାଙ୍କ ଅଭାବ ରହିଛି।

ଦୁଇ ଥର ବିଜୟୀ ହୋଇଥିବା ନେତାଙ୍କୁ ଏଥର ଟିକେଟ ଦିଆଯିବ ନାହିଁ ବୋଲି ସିପିଏମ ଘୋଷଣା କରିଥିଲା। ତେଣୁ ୫ ଜଣ ଅନୁଭବୀ ନେତା ଥୋମାସ୍‌ ଆଇଜାକ୍‌,ଏକେ ବାଲନ, ଜୀ ସୁଧାକରନ, ସି ରବିନ୍ଦ୍ରନାଥ ଏବଂ ଇପି ଜୟରାଜନ ଟିକେଟ ପାଇନଥିଲେ। ଏହା ସହ ଅନ୍ୟ ୨୮ ନେତାଙ୍କୁ ମଧ୍ୟ ଟିକେଟ୍‌ ମିଳିନଥିଲା।

   Related Posts