ବିଜେଡି ସଂସଦୀୟ ଦଳର ନେତା ଚୟନ ପରେ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା…
3/06/2019 at 2:37 PM

ନୂଆଦିଲ୍ଲୀ ୩|୬: ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତଭାବେ ଚୟନ ହେବାପରେ ପୁରୀ ସାସଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟତଃ ଓଡିଶାର ୫ଟି ମୁଖ୍ୟ ଦାବୀ ଉପରେ ଗୁରତ୍ବ ଦିଆଯିବ। ରେଳ ପ୍ରୋଜେକ୍ଟକୁ ଗୁରୁତ୍ବ ଦେବା ସହ ଫଣ୍ଡ ରଲିଜ କରବା, ମହାନଦୀ, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୫ ଲକ୍ଷ ଘର ଯୋଗାଇ ଦେବା, ପିଇବା ପାଣି ଏବଂ ଜଳସେଚନ ପାଇଁ ପାଣି ଯୋଗାଇଦେବା, ଦଳ ମତ ନିର୍ବିଶେଷରେ ସମସ୍ତ ସାସଂଦକୁ ଏକତ୍ରିତ ହୋଇ ଓଡିଶା ପାଇଁ କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହ ଓଡିଶାରୁ ୨ଜଣ ସାଂସଦ ମନ୍ତ୍ରୀ ଅଛନ୍ତି । ଯେଉଁ ଇସ୍ପାତ କାରଖାନା ଓଡିଶାରେ ନାହାନ୍ତି ସେମାନଙ୍କୁ କିପରି ଓଡିଶାକୁ ଅଣାଯିବ ତାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କାମ କରିବେ ବୋଲି ଆଶା ରହିଥିବା ସେ କହିଛନ୍ତି ।