Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ପିନାକ MK-I ରକେଟର ପରୀକ୍ଷଣ ସଫଳ

4/11/2020 at 6:24 PM

ଚାନ୍ଦିପୁର ୪।୧୧ :  ପିନାକ ଏମକେ-ଆଇ ରକେଟର ଉନ୍ନତ ସଂସ୍କରଣକୁ ପରୀକ୍ଷା କରାଯାଇଛି। ବୁଧବାର ଓଡ଼ିଶା ଉପକୂଳରେ ହୋଇଥିବା ପରୀକ୍ଷଣ ସଫଳ ହୋଇଛି ବୋଲି ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆରଡିଓ)  କହିଛନ୍ତି।  ପ୍ରୁଫ ଏଣ଼୍ଡ ଏକ୍ସେପେରିମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟରେ ହୋଇଥିବା ପରୀକ୍ଷଣରେ ମୋଟ ୬ଟି ରକେଟକୁ ସାମିଲ କରାଯାଇଥିଲା ଓ ସମସ୍ତ ପରୀକ୍ଷଣ ମିସନ ଉଦ୍ଦେଶ୍ୟକୁ ପୂରଣ କରିଥିବା କୁହାଯାଇଛି।

ପିନାକ ଏମକେ-ଆଇ ଅତ୍ୟାଧୁନିକ ଦିଶାନିର୍ଦେଶିତ (ଗାଇଡେଡ) ରକେଟ୍। ତେବେ ଏହା ପୂର୍ବରୁ ଏପରି ନଥିଲା। ସେହିପରି ପୂର୍ବ ସଂସ୍କରଣ ଅପେକ୍ଷା ଏହାର ସଠିକତା ଓ ଲକ୍ଷ ଅନୁସନ୍ଧାନ ଦୂରତା ମଧ୍ୟ ଅଧିକ। ପିନାକ ଲାଗି ଡିଆରଡିଓର ହାଇଦ୍ରାବାଦ ଗବେଷଣା କେନ୍ଦ୍ର (ଆରସିଆଇ) ଦିଶାନିର୍ଦ୍ଦେଶନ ଓ ନିୟନ୍ତ୍ରଣ କିଟ୍ ବିକଶିତ କରିଥିଲେ। ସେହିପରି ଏହାର ଆକ୍ରମକ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। 

ନୂତନ ସଂସ୍କରଣକୁ ରେଞ୍ଜ ଇନଷ୍ଟ୍ରୁମେଣ୍ଟ ଯେପରିକି ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଜରିଆରେ ଟ୍ରାକ୍‌ କରାଯାଇଥିଲା। ପିନାକର ଆଧୁନିକ ସଂସ୍କରଣକୁ ପୁର୍ବରୁ ନିର୍ମିତ ରକେଟ ସ୍ଥାନରେ ଉପଯୋଗ କରାଯିବ ବୋଲି ଜଣାପଡିଛି।   

   Related Posts