'ମୁହଁରେ ବ୍ରଣ ହୋଇଛି, ଇ-ପାସ୍ ଦରକାର' : ଲକଡାଉନ୍‌ରେ ବୁଲିବାରୁ ଅଜବ ବାହାନା, ଆପ୍ଲିକେସନ୍ ସେୟାର କଲେ ଜିଲ୍ଲାପାଳ

Published By : Prameya-News7 Bureau | May 06, 2021 IST

ପାଟନା,୦୬/୦୫: କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଓ ସଟଡାଉନ୍ ଲାଗିଛି । ବିହାରରେ ମଧ୍ୟ ମେ ୧୫ ଯାଏଁ କଡା କଟକଣା ଲାଗିଛି । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁ ବନ୍ଦ ରହିଛି । କିନ୍ତୁ ଆଉ କିଛି କାମ ପାଇଁ ବାହାରକୁ ଯିବାକୁ ହେଲେ ପାସ୍ ଦରକାର । କିନ୍ତୁ ପାସ୍ ପାଇଁ କିଛି ଲୋକ ଅଜବ ବାହାନା କରୁଛନ୍ତି । ପୁର୍ଣ୍ଣିଆର ଜିଲ୍ଲାପାଳ ରାହୁଲ କୁମାର ଏପରି ଏକ ଟ୍ୱିଟ୍ କରିଛନ୍ତି ।

wp:html /wp:html

ବୁଧବାର ଡିଏମ ରାହୁଲ କୁମାର ଟ୍ୱିଟ୍ କରି କହିଛନ୍ତି ଯେ, ଲକଡାଉନ୍ ପାଇଁ ଇ-ପାସ୍ ଜାରି କରିବାକୁ ଲୋକମାନେ ଆପ୍ଲିକେସନ ଦେଉଛନ୍ତି । କିନ୍ତୁ କିଛି ଏପରି ଦରଖାସ୍ତ ଆସେ ଯାହା ତାଜୁବ କରୁଛି । ଏହି ଟ୍ୱିଟ୍ ସହ ସେ ଏକ ଫଟୋ ସେୟାର କରିଛନ୍ତି । ଏହି ଆପ୍ଲିକେସନରେ ଅନେକ ବ୍ୟକ୍ତି ମୁହଁରେ ବ୍ରଣ, ମୁଣ୍ଡରେ ବ୍ରଣ ଆଦି କାରଣ ପାଇଁ ପାସ୍ ମାଗୁଛନ୍ତି । ଏହାର ଉତ୍ତରରେ ଜିଲ୍ଲାପାଳ ଲେଖିଛନ୍ତି ଯେ, ବ୍ରଣ ଭଲ କରିବା ପାଇଁ ଅପେକ୍ଷା କରାଯାଇ ପାରିବ ।

ସୂଚନାଯୋଗ୍ୟ, ବିହାରରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ଲାଗୁ କରିଛନ୍ତି । ଗତ ୨୪ ଘଣ୍ଟାରେ ବିହାରରେ ୧୪୦୦୦ରୁ ଅଧିକ କେସ୍ ବାହାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.