Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆରଏସପି ଇଞ୍ଜିନିୟରଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା : ଗିରଫ ହେଲା ଠିକା ଶ୍ରମିକ

16/09/2019 at 9:06 AM

ରାଉରକେଲା ୧୬|୯; ଆରଏସପି ଇଞ୍ଜିନିୟରଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରୀ ଠିକା ଶ୍ରମିକକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠିକା ଶ୍ରମିକ ଅନୀଲ ଲୋହାରଙ୍କୁ ଗିରଫ କରିଛି ଟାଙ୍ଗରପାଲି ପୋଲିସ ।ଗତକାଲି ଇଞ୍ଜିନିୟର ଜେ. ଗଣେଶ କୁମାରଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରାଯାଇଥିଲା ।ମୃତ ଇଞ୍ଜିନିୟର ଜେ. ଗଣେଶ ଫେରୋଷ୍କ୍ରାପ୍ ନିଗମ ଲିମିଟେଡ୍‌ରେ ଇଞ୍ଜିନିୟର ଭାବେ କାମ କରୁଥିଲେ ।

ସୂଚନାଯୋଗ୍ୟ ୟେ, ଗତ କାଲି ଥିଲା ଇଂଜିନିୟର ଡେ ଆଉ ଏହି ଇଂଜିନିୟର ଡେ ରେ ଜଣେ ଇଂଜିନିୟରଙ୍କୁ ପିଟି ପିଟି କରାଯାଇଥିଲା ହତ୍ୟା , ଆଉ  ହତ୍ୟା କରିଛି ଜଣେ ଠିକା ଶ୍ରମିକ ।ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଭିତରେ ଥିବା   ଫେରୋସ୍କାରପ ନିଗମ ଲିମିଟେଡ଼ ପରିସରରେ ଲୁହା ରଡ ରେ ପିଟି କରାଯାଇଥିଲା ହତ୍ୟା, ।ଠିକା ଶ୍ରମିକର ଆକ୍ରମଣରେ ଇଂଜିନିୟର ଜେ ଗଣେଶ କୁମାରଙ୍କ ମୃତ୍ୟୁ ହୋଇଥିଲା । ମୃତ ଇଞ୍ଜିନିୟରଙ୍କ ଘର ଚେନାଇରେ ।ଜେ. ଗଣେଶ କୁମାର ଫେରସ୍କାରପ ନିଗମ ଲିମିଟେଡ଼ ର ଇଂଜିନିୟର ଭାବରେ କାମ କରୁଥିଲେ ।

ଅଭିଯୁକ୍ତ ଠିକାଶ୍ରମିକ ବାରମ୍ବାର କାମରେ ଠକୁଥିବାରୁ ତାକୁ ଅନେକ ବାର ଚେତାବନୀ ଦେଇ ଆସୁଥିଲେ ଇଂଜିନିୟର ଜେ.ଗଣେଶ କୁମାର ।ଗତକାଲି  ଅପରାହ୍ନ ରେ କାମ ଚାଲୁଥିବା ସମୟରେ ଠିକା ଶ୍ରମିକ ଅନିଲ ଲୋହାର କାମ ନକରି ଠକିବାରୁ ତାକୁ ପାଟି କରିବା ସହ ତାଗିଦ କରିଥିଲେ ଇଂଜିନିୟର ଜେ ଗଣେଶ କୁମାର ।

ଏଥିରେ ଉତକ୍ଷିପ୍ତ ହୋଇ ଏକ ଲୁହା ରଡରେ ମୁଣ୍ଡକୁ ଆକ୍ରମଣ କରିଥିଲା  ଠିକା ଶ୍ରମିକ ଅନିଲ ଲୋହାର । ଗୁରୁତର ଅବସ୍ଥାରେ ଇନିଜିନିୟର ଜେ ଗଣେଶ କୁମାରଙ୍କୁ ଆଇଜିଏସର ଆଇସିୟୁ ରେ ଭର୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ତାରେ ମୃତ୍ୟୁ  ଘଟିଥିଲା ।

ଅନ୍ୟ ପକ୍ଷରେ ଟାଙ୍ଗରପାଲି ପୋଲିସ ଅଭିଯୁକ୍ତ ଅନିଲ ଲୋହାରକୁ ଗିରଫ କରିଛି, ଅନିଲ ଲୋହାରର ଘର ଫର୍ଟିଲାଇଜର ବାଲିଜୋରିରେ ।ମୃତ ଦେହ ଆଇଜିଏଚ ଶବ ଗୃହରେ ରଖାଯାଇଛି । ଚେନାଇରୁ ତାଙ୍କ ପରିବାର ଲୋକେ ଆସିଲେ ହେବ ଵ୍ୟବଛେଦ ।

   Related Posts