Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବିମାନରେ ଥିବା ଶୌଚାଳୟରେ ସ୍ପାଇ କ୍ୟାମେରା ଲଗାଇ ଲାଇଭ୍ ଭିଡିଓ ଦେଖୁଥିଲେ ପାଇଲଟ୍, ମାମଲା ରୁଜ୍ଜୁ

28/10/2019 at 8:54 PM

ଓ୍ବାସିଙ୍ଗଟନ୍‌୨୮|୧୦: ଦକ୍ଷିଣ-ପଶ୍ଚିମ ଏୟାରଲାଇନ୍ସ(South west Airlines)ର ୨ ଜଣ ପାଇଲଟ୍‌ଙ୍କ ଘୃଣ୍ୟକାର୍ଯ୍ୟ ସଂପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏୟାରଲାଇନ୍ସର ଜଣେ ମହିଳା ପାଇଲଟ୍‌ ନିଜ ଦୁଇଜଣ ସାଥୀ ପୁରୁଷ ପାଇଲଟ୍‌ଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କର ଦୁଇଜଣ ସାଥୀ ପାଇଲଟ୍‌ ବିମାନରେ ଥିବା ଶୌଚାଳୟ(Toilet)ରେ ଏକ ସ୍ପାଇ କ୍ୟାମେରା ଲଗାଇଥିଲେ। ବିମାନ ଉଡ଼ାଣ ଭରିବା ସମୟରେ ଓ୍ବିଣ୍ଡ୍‌ଶୀଲ୍ଡରେ ଲାଗିଥିବା ଆଇପ୍ୟାଡ୍‌ରେ ଲାଇଭ୍‌ ଷ୍ଟ୍ରିମିଂରେ ଭିଡିଓ ଦେଖୁଥିଲେ। ଅଭିଯୋଗ ପରେ ମାମଲା ଆରୋଜନା ରାଜ୍ୟ କୋର୍ଟରେ ଚାଲିଥିଲା। । ପରବର୍ତ୍ତୀ ସମୟରେ ଏହାକୁ ଫେଡରାଲ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଅଭିଯୋଗକାରିଣୀ ପାଇଲଟ୍‌ ରେନୀ ଷ୍ଟିନକର କୋର୍ଟରେ କହିଥିଲେ ଯେ ତାଙ୍କର ଦୁଇଜଣ ସାଥୀ ପାଇଲଟ୍‌ ବିମାନରେ ଥିବା ଶୌଚାଳୟରେ ହାଇଡ୍‌ କ୍ୟାମେରା ସେଟିଂ କରିଥିଲେ। ୨୦୧୭ ମସିହା ଫ୍ରେବୃଆରି ମାସରେ ପିଟ୍ଟସ୍‌ବୁର୍ଗରୁ ଫୋନିକ୍ସ(Pittsburgh to Phoenix) ଅଭିମୁଖେ ଉଡ଼ାଣ ଭରିଥିବା ବିମାନରେ ସବୁ ଯାତ୍ରୀଙ୍କ ଭିଡିଓ  ସେମାନେ ରେକର୍ଡିଂ  କରିଥିଲେ। କିନ୍ତୁ ବିମାନରେ ଥିବା ଶୌଚାଳୟରେ କ୍ୟାମେରା ଲାଗିବା କଥା ଦକ୍ଷିଣପଶ୍ଚିମ ଏୟାରଲାଇନ୍ସ ଖଣ୍ଡନ କରିଛି।

ରେନୀଙ୍କ କହିବା ଅନୁସାରେ କ୍ୟାପଟେନ୍‌ଙ୍କ ସିଟ୍‌ର ବାମ ପାଖରେ ଥିବା ଓ୍ବିଣ୍ଡ୍‌ଶୀଲ୍ଡରେ ଲାଗିଥିବା ଆଇପ୍ୟାଡ୍‌ରେ ବିମାନ ଶୌଚାଳୟରେ ଯାତ୍ରୀଙ୍କ ସମସ୍ତ କାର୍ଯ୍ୟ ଲାଇଭ୍ ଷ୍ଟ୍ରିମିଂ ରେ ଦେଖୁଥିଲେ। ସାଉଥଓ୍ବେଷ୍ଟର ବୋଇଙ୍ଗ୍‌ 737-800 ବିମାନର ଶୌଚାଳୟରେ କ୍ୟାମେରା ଲାଗିଥିବା କଥା ପାଇଲଟ୍‌ ରୟାନ୍ ରସେଲ୍ ସ୍ବୀକାର କରିଛନ୍ତି। ପାଇଲଟ୍‌ ରେନୀ ଓ ତାଙ୍କ ସ୍ବାମୀ ଡେଭିଟ୍‌ ଅକ୍ଟୋବର ୨୦୧୮ ମସିହାରେ ଆରିଜୋନା ରାଜ୍ୟର ଏକ କୋର୍ଟ​‌ରେ ଏହି ମାମଲା ଦାୟର କରିଥିଲେ।

   Related Posts