Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ରାଜସ୍ଥାନ : ଅସନ୍ତୋଷ ଦୂର କରିବା ଲାଗି ପାଇଲଟଙ୍କୁ ମିଳିବ ‘କକପିଟ୍’ରେ ସ୍ଥାନ, ଜାଣନ୍ତୁ କ’ଣ କହିଛନ୍ତି ମାକନ

11/06/2021 at 5:42 PM

ନୂଆଦିଲ୍ଲୀ ୧୧।୬: କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ ମାକନ୍‌ ପାର୍ଟିର ରାଜସ୍ଥାନ ୟୁନିଟ୍‌ରେ ପୁଣି ବିବାଦୀୟ ପରସ୍ଥିତି ଉପୁଜିବା ନେଇ ଆସୁଥିବା ଖବର ପରିପ୍ରେକ୍ଷୀରେ ସଚ୍ଚିନ ପାଇଲଟ ଅସନ୍ତୁଷ୍ଟ ନଥିବା ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍, ସରକାରଙ୍କ ନିଗମ ଓ ବୋର୍ଡମାନଙ୍କରେ ଖାଲିଥିବା ପଦବୀ ଗୁଡିକୁ ଖୁବ୍ ଶୀଘ୍ର ନେତାଙ୍କ ସହ ଆଲୋଚନାକରି ପୁରଣ କରାଯିବ। 

ପାଇଲଟଙ୍କ ସହ ନିୟମିତ ସେ କଥାବାର୍ତ୍ତା ହେଉଥିବା ମାକନ କହିଥିବା ବେଳେ ତାଙ୍କର ଅସନ୍ତୋଷ ଦୂର କରିବା ଲାଗି ପାର୍ଟି କିଛି ପ୍ରତିଶ୍ରୁତି ପୁରଣ କରିବାକୁ ହୁଏତ ପଦକ୍ଷେପ ନେଇପାରେ। ରାଜସ୍ଥାନ କଂଗ୍ରେସ ପ୍ରଭାରୀ ମାକନ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପାଇଲଟ ସମର୍ଥକଙ୍କ ଅସନ୍ତୋଷ ସମ୍ପର୍କିତ ପ୍ରଶ୍ନର ଜବାବରେ ସେପରି କିଛି ନଥିବା କହିଛନ୍ତି। ତେବେ ଯେଉଁସବୁ ପଦ ଖାଲିପଡିଛି ହୁଏତ ତାହା ମନ୍ତ୍ରୀମଣ୍ଡଳରେ ହେଉ ଅଥବା ବୋର୍ଡ ଓ ନିଗମ ମାନଙ୍କରେ ସମସ୍ତଙ୍କ ସହ ଆଲୋଚନା କରି ସେ ସବୁ ଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି।

ତେବେ ଦଳରେ ସେଭଳି କୌଣସି ଅସନ୍ତୋଷ ନଥିବା ବେଳେ ପାଇଲଟଙ୍କ ସମର୍ଥକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ପଦପଦବୀ ଥିବା ସତ୍ତ୍ୱେ ସେଥିରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି। ଏଥିଲାଗି ପାଇଲଟଙ୍କ ନିକଟତମ କିଛି ବିଧାୟକ ତାଙ୍କୁ ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ବାସଭବନରେ ଗତ ଗୁରୁବାର ଭେଟିଥିବାର ଜଣାପଡିଛି। ହେଲେ ଦଳରେ ସେପରି କୌଣସି ଅସନ୍ତୋଷ ନଥିବା ମାକନ କହିଛନ୍ତି।

   Related Posts