Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଚଳନ୍ତା ବିମାନରେ ଶୋଇପଡିଲେ ପାଇଲଟ :୪୦ ମିନିଟ ପର୍ଯ୍ୟନ୍ତ ୫୫୦୦ ଫୁଟ ଉପରେ ଉଡୁଥିଲା ବିମାନ

12/05/2019 at 5:26 PM

ସିଡନୀ ୧୨\୫ : ଅଷ୍ଟ୍ରେଲିଆରେ ଜଣେ ପାଇଲଟ ଏଡିଲେଡ ବିମାନ ବନ୍ଦର ଉପରେ ନିୟନ୍ତ୍ରୀତ ବିମାନ ବନ୍ଦର ଅଞ୍ଚଳରେ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚେତାଶୂନ୍ୟ ଅବସ୍ଥାରେ ବିମାନ ଉଡାଇଥିଲେ । ରାତିରେ ପାଇଲଟ ଭଲ ଭାବେ ଶୋଇନଥିବା ହେତୁ ସେ ଶୋଇ ପଡିଥିଲେ । ଘଟଣା ମାର୍ଚ୍ଚ ୯ ତାରିଖରେ ଘଟିଥିଲା । ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ ଏହି ଘଟଣାକୁ ନେଇ ଏକ ରିପୋର୍ଟ ଜାରୀ କରିଛନ୍ତି । ସେ କହିଛନ୍ତି ଯେ, ପାଇଲଟ ବିମାନ ଉଡାଇବା ପୂର୍ବରୁ ଭଲ ଭାବେ ଶୋଇନଥିଲେ ଏବଂ ବିମାନ ଉଡାଇବା ପୂର୍ବରୁ ସେ ଏକ ଚକଲେଟ, ଗୋଟିଏ ଏନାର୍ଜି ଡ୍ରିଙ୍କ ଓ ଅଳ୍ପ ଟିକେ ପାଣି ପିଇଥିଲେ । ଉକ୍ତ ପାଇଲଟ ଶିକ୍ଷା ନେଉଥିଲେ ।

ଅଷ୍ଟ୍ରେଲିଆର ଏବିସି ନ୍ୟୁଜ ଅନୁଯାୟୀ, ପାଇଲଟ ୪୦ ମିନିଟ ପର୍ଯ୍ୟନ୍ତ ୫୫୦୦ ଫୁଟ ଉଚ୍ଚତାରେ ବିମାନ ଉଡାଇଥିଲେ । ଉଡାଣ ବେଳେ ପାଇଲଟଙ୍କ ମୁଣ୍ଡ ବିନ୍ଧିଥିଲା । ସେଥିପାଇଁ ସେ ଅଟୋ ପାଇଲଟ ଅନ କରିଦେଇଥିଲେ ।

ଡାଇମଣ୍ଡ ଡିଏ ୪୦ ବିମାନ ଏଡିଲେଡ ବିମାନ ବନ୍ଦର ନିୟନ୍ତ୍ରଣ କ୍ଷେତ୍ରରେ ବିନା ଅନୁମତିରେ ପ୍ରବେଶ କରିଥିଲେ । ଏୟାର ଟ୍ରାଫିକ କଣ୍ଟୋଲ ଅନେକଥର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହାପରେ ଏଡିଲେଡ ବିମାନ ବନ୍ଦରର ଦକ୍ଷିଣ ପଶ୍ଟିମରେ ଉଡାଣ ଭରୁଥିବା ଏକ ବିମାନର ପାଇଲଟ ତାଙ୍କୁ ଦେଖିଥିଲେ ଓ କହିଥିଲେ ଯେ ଉକ୍ତ ପାଇଲଟଙ୍କୁ ହୋଶ ଆସିଯାଉଛି । ଏହାପରେ ପାଇଲଟ ପୈରାଫିଲ୍ଡ ବିମାନ ବନ୍ଦରକୁ ଫେରିଯାଉଥିଲେ ।

   Related Posts