ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ଗୁରୁତର

Published By : Prameya-News7 Bureau | September 21, 2021 IST

ଶ୍ରୀନଗର, ୨୧।୦୯ : ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜମ୍ମୁ ଉଦ୍ଧମପୁରର ଶିବଗଡ ଜିଲ୍ଲାରେ ସେନାର ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୨ ଜଣ ପାଇଲଟ ଥିଲେ । ଖରାପ ପାଣିପାଗ ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ତେବେ ଆଉ କିଛି ସୂତ୍ର ଅନୁସାରେ, ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ପାଇଲଟ୍ କ୍ରାସ୍ ଲ୍ୟାଣ୍ଡିଂ କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଦୁର୍ଘଟଣା ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଉଭୟ ପାଇଲଟ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଉଦ୍ଧମପୁର ଡିଆଇଜି ସୁଲେମାନ ଚୌଦ୍ଧରୀ କହିଛନ୍ତି ଯେ, ସେମାନଙ୍କୁ ହେଲିକପ୍ଟର ଦୁର୍ଘଟଣା ନେଇ ଖବର ମିଳିଥିଲା । ଟିମ୍ ସେଠାରେ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.