Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ଯାହାକୁ ରଖିବେ ଅନନ୍ତ ! ଦୁର୍ଘଟଣାଗ୍ରସ୍ତ ବିମାନ ଲାଖିଲା ସ୍କି ଲିଫ୍ଟ କେବଲରେ, ଅଳ୍ପକେ ବର୍ତ୍ତିଲେ ପାଇଲଟ ଓ ସହଯାତ୍ରୀ

4/11/2019 at 9:18 PM

ଟେଗଲିଓ(ଇଟାଲୀ):   କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ ! ଆପ୍ତବାକ୍ୟଟି ପୁଣି ଥରେ ପ୍ରମାଣିତ ହୋଇଛି ଇଟାଲୀ ଆଲପସ୍ ପର୍ବତମାଳାରେ । ମଝିଆକାଶରେ ଅଚଳ ହୋଇ ଖସିପଡୁଥିବା ଏକ ହାଲୁକା ଯାତ୍ରୀବାହୀ ବିମାନ ଏକ ରିସୋର୍ଟ ଉପରଦେଇ ଟଣାଯାଇଥିବା ସ୍କି କେବୁଲରେ ଲାଖିଯାଇଛି। ଫଳରେ ୬୨ ବର୍ଷ ବୟସ୍କ ପାଇଲଟ ଓ ତାଙ୍କ ସହଥିବା ୫୫ ବର୍ଷ ବୟସ୍କ ପର୍ଯ୍ୟଟକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। । ସେହିପରି ବିମାନଟି ମଧ୍ୟ କେବୁଲରେ ଲାଗି ସାମାନ୍ୟ ଜଖମ ହୋଇଛି। ନଚେତ ତଳେ ପିଟି ହୋଇ ଜଳିଯାଇଥାନ୍ତା।  

ଦୁର୍ଘଟଣାର କାରଣ ଜଣାପଡିନାହିଁ।  ଉତ୍ତର ଇଟାଲୀ ଟେଗଲିଓର ଲମ୍ବାର୍ଡି ପ୍ରୋଟୋ ଭାଲେଣ୍ଟିନୋ ରିସର୍ଟ ଉପର ଦେଇ ଯାଇଥିବା କେବୁଲରେ ଝୁଲୁଥିବା ବିମାନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଉଭୟ ପାଇଲଟ ଓ ସହଯାତ୍ରୀଙ୍କୁ ଝୁଲୁଥିବା ବିମାନରୁ ସେନା ଉଦ୍ଧାରକାରୀ ଦଳ ପ୍ରାୟ ୯୦ ମିନିଟ୍ ଉଦ୍ୟମ କରିବା ପରେ ଉଦ୍ଧାର କରି ନିକଟସ୍ଥ ସୋଣ୍ଡାଲୋ ହସ୍ପିଟାଲକୁ ପଠାଇଛନ୍ତି।  ତେବେ ପର୍ଯ୍ୟଟକ ଜଣକ ଅକ୍ଷତ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ପର୍ଯ୍ୟଟକ ଭରସେର ବୋଲି ଜଣାପଡିଛି।

ତେବେ ନ୍ୟାସନାଲ ଆଲପାଇନ୍ ଆଣ୍ଡ ସ୍ପେଲୋଲଜିକାଲ ରେସ୍କ୍ୟୁ କର୍ପସର ମୁଖପାତ୍ର  ୱାଲ୍ଟର ମିଲାନ ଏହି ବିମାନ ଦୁର୍ଘଟଣା କୌଣସି ଚମତ୍କାର ଠାରୁ କମ୍ ନୁହେଁ ବୋଲି କହିଛନ୍ତି। ଯେଉଁ ଭଳି ଭାବେ ୨ ବିମାନଯାତ୍ରୀ ଓ ସେମାନଙ୍କ ବିମାନ ସ୍କି କେବୁଲରେ ଲାଖି ବର୍ତ୍ତିଯାଇଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ପାଇଲଟ ଓ ପର୍ଯ୍ୟଟକଙ୍କୁ ମିଲାନ ଅତ୍ୟନ୍ତ ଭାଗ୍ୟବାନ ବୋଲି କହିଛନ୍ତି।   

   Related Posts