Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ଫୋନି ବାତ୍ୟା ପରେ ପରେ ଶ୍ରୀମନ୍ଦିରକୁ ଛଡାଯାଇନଥିଲା ଶ୍ରଦ୍ଧାଳୁଙ୍କୁ, କଣ ଲୁଚାଇବାକୁ ଚେଷ୍ଟା କରୁଥିଲେ କଳାପାହାଡମାନେ ?

10/05/2019 at 9:00 PM

ପୁରୀ(କିଷାନ ବାରାଇ) ୧୦|୫: ସବୁଥର ଭଳି ଭକ୍ତ ଆଉ ଭଗବାନଙ୍କ ଭିତରେ ବାରମ୍ବାର ପାଚେରୀ ହୋଇ ଠିଆ ହେଉଥିବା କଳାପାହାଡ଼ ମାନେ ଏଥର ବି ତାଙ୍କ ସ୍ବଭାବରୁ ହଟିନଥିଲେ । ବାତ୍ୟା ପରେ ଶ୍ରୀମନ୍ଦିରର ସ୍ଥିତି, ଶ୍ରୀଜିଉଙ୍କ ଅବସ୍ଥା କାଳେ ପଦାରେ ପଡ଼ିଯିବ ଖାସ୍‌ ସେଇଥି ପାଇଁ ଭକ୍ତ ଆଉ ଭଗବାନଙ୍କ ଭିତରେ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରିଥିଲେ । ମାନେ ବାତ୍ୟା ଫନି ଯିବା ପରେ କଳା ସାଆନ୍ତଙ୍କ ଭଲମନ୍ଦ ଦେଖିବାକୁ ଆସିଥିବା ଭକ୍ତଙ୍କୁ ସିଂହଦ୍ବାର ପାଖରେ ଅଟକାଇ ଦିଆଯାଇଥିଲା । ……

ସାଢ଼େ ଚାରି କୋଟି ଓଡ଼ିଆଙ୍କ ମଉଡ଼ମଣୀ, ସାରା ଓଡ଼ିଶାର ପରିଚୟ, କଳିଙ୍ଗ ପ୍ରଦେଶର କାଳିଆ ରାଜା ସିଏ । ଏତେ ବଡ଼ ବିପତ୍ତି ପରେ ଯେତେବେଳେ ତାଙ୍କ ପ୍ରଜାମାନେ ତାଙ୍କ ଭକ୍ତମାନେ ନିଜ ଦୁଃଖ ଜଣାଇବାକୁ, ସାଆନ୍ତଙ୍କ ଦୁଃଖ ବୁଝିବାକୁ କାନ୍ଦି କାନ୍ଦି ଶ୍ରୀମନ୍ଦିର ଦଉଡ଼ୁଥିଲେ, ସେତେବେଳେ ସେମାନଙ୍କୁ ସିଂହଦ୍ବାରରେ ରୋକିଲା କିଏ ? କିଏ ସେ କଳାପାହାଡ଼ ଯିଏ ସବୁଥର ଭଳି ଏଥର ମଧ୍ୟ ତା’ର କରାମତି ଦେଖାଇବାକୁ ଚେଷ୍ଟା କରୁଥିଲା ।

 ବାତ୍ୟା ପରେ ଶ୍ରୀମନ୍ଦିରର ସ୍ଥିତି, ଶ୍ରୀଜିଉଙ୍କ ଅବସ୍ଥା କାଳେ ପଦାରେ ପଡ଼ିଯିବ ସେଇ ଆଶଙ୍କାର ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲକ୍ଷ୍ମଣରେଖା ଟାଣିବାକୁ ଉଦ୍ୟମ କରୁଥିଲା ?  ସେଇ କଳାପାହାଡ଼ମାନଙ୍କ ଯୋଗୁଁ ସେଦିନ ସିଂହଦ୍ବାରରେ କାନ୍ଦୁଥିଲେ ଭକ୍ତ ଆଉ ସେପଟେ ନିଳାଦ୍ରୀ ବିହାରିଙ୍କ ଆଖିରେ ବି ଥିଲା ଅଶ୍ରୁ ।  କିଏ କହୁଥିଲା ବାଟ ଛାଡ଼ ହୋ, ମୋ କାଳିଆ ରଜା କ’ଣ କରୁଛି ମୁଁ ଟିକେ ଦେଖି ଆସିବୁ । ଆଉ କିଏ ପାଟି କରୁଥିଲା ଆରେ, ମହାପ୍ରଭୁ କେମିତି ଅଛନ୍ତି  ଆମକୁ ଭିତରକୁ ଛାଡ଼, ଆମେ ଟିକେ ବୁଝି ଆସିବୁ । କିଏ କେତେ ନେହୁରା ହେଉଥିଲେ ।

ହେଲେ ଭକ୍ତ ଆଉ ଭଗବାନଙ୍କ ଭିତରେ ଥିବା ସମ୍ପର୍କକୁ ବୁଝିବା ମୁଡ୍‌ରେ ନଥିଲେ କଳାପାହାଡ଼ମାନେ । ଫୋନି ଆଳରେ ଭକ୍ତଙ୍କୁ ମନ୍ଦିର ବାହାରେ ଅଟକାଇ ନିଜର କଳା କାରନାମା ସବୁକୁ ଲୁଚାଇବାକୁ ଚାଲିଥିଲା ପ୍ରୟାସ ।  

   Related Posts