Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଗୋଟିଏ ଇଂଜେକ୍ସନରେ ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା, ପୁରୀରେ ସରିଲା ଶିବିର

26/02/2019 at 2:14 PM

ପୁରୀ ୨୬|୨: ପୁରୀ ନାୟକ ପ୍ଲାଜା ଠାରେ ଅନୁଷ୍ଠିତ ହୋଇଛି ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା ଶିବିର। ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେଇଥିବାରୁ ଏଥିରୁ ଉପଶମ ପାଇବା ପାଇଁ ଭାଗ ନେଇଛନ୍ତି ଶହ ଶହ ରୋଗୀ। କମ୍ ଖର୍ଚ୍ଚ ସାଙ୍ଗକୁ ମାତ୍ର ଗୋଟିଏ ଇଂଜେକ୍ସନରେ ରୋଗୀମାନେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ସକସେସ୍ ତରଫରୁ ଏହି ଶିବିର ଆୟୋଜନ କରାଯାଇଛି।  

 

ବିନା ଅପରେସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ। ମାତ୍ର ଗୋଟିଏ ଇଞ୍ଜେକସନରେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପୁରୀ ନାୟକ ପ୍ଲାଜା ଠାରେ ସକସେସ୍ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଏହି ଶିବିର। ଶିବିର ଆରମ୍ଭ ହେବାର ୨ ଦିନ ପୂର୍ବରୁ ରୋଗୀମାନଙ୍କର ଚାଲିଥିଲା ନାମ ପଞ୍ଜିକରଣ। ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେଇଥିବାରୁ ପ୍ରାୟ ୧୫୦ ରୁ ଅଧିକ ରୋଗୀଙ୍କ ଭିଡ଼ ହୋଇଥିଲା । ବଲାଙ୍ଗିର, ଗଜପତି, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ବର, ବାଲେଶ୍ବର ପୁରୀ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଅନେକ ରୋଗୀ ଏହି ଚିକିତ୍ସା ଶିବିରରେ ଯୋଗ ଦେଇଛନ୍ତି।   

ଦୀର୍ଘ ୧୮ ବର୍ଷ ଧରି ପୁରୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ସକସେସ୍ ତରଫରୁ ଏହି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଆସୁଛି। ପୁରୀ ବଡ଼ଦାଣ୍ଡରେ ଥିବା ହୋଟେଲ ନାୟକ ପ୍ଲାଜା ଠାରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଶହ ଶହ ରୋଗୀ ଏଠାରେ ସ୍ବଳ୍ପ ମୂଲ୍ୟରେ ଚିକିତ୍ସିତ ହେଉଛନ୍ତି।

ଏହି ଶିବିରକୁ ନେଇ ରୋଗୀ ଉତ୍ସାହିତ ଥିବା ବେଳେ ଏହାକୁ ଦୁଇଦିନ କରିବାକୁ ଅନୁରୋଧ କରିଛନ୍ତି ।….

   Related Posts