ପୁରୀ ୭|୧: ପୁରୀ ନାୟକ ପ୍ଲାଜାରେ ଅନୁଷ୍ଠିତ ହୋଇଛି ଅର୍ଶ ଓ ମଳକଣ୍ଟକ ରୋଗର ଚିକିତ୍ସା ଶିବିର । ଭାରତର ପ୍ରସିଦ୍ଧ ଅର୍ଶ ରୋଗ ବିଶେଷଜ୍ଞ ଡକ୍ଟର ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେଇଥିଲେ । କମ୍ ଖର୍ଚ୍ଚ ସାଙ୍ଗକୁ ମାତ୍ର ଗୋଟିଏ ଇଂଜେକ୍ସନରେ ରୋଗୀମାନେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ବୋଲି ମତପ୍ରକାଶ ପାଇଥିଲା । ସ୍ବେଛାସେବୀ ଅନୁଷ୍ଠାନ ସକସେସ୍ ତରଫରୁ ଏହି ଶିବିର ଆୟୋଜନ କରାଯାଇଥିଲା ।
{"id":71303}ବିନା ଅପରେସନରେ ଭଲ ହେଉଛି ଅର୍ଶ ଓ ମଳକଣ୍ଟକ ରୋଗ। ମାତ୍ର ଗୋଟିଏ ଇଞ୍ଜେକସନରେ ସାରା ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ରୋଗୀ । ପୁରୀ ନାୟକ ପ୍ଲାଜା ଠାରେ ସକସେସ୍ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଏହି ଶିବିର । ଶିବିର ଆରମ୍ଭ ହେବାର ୩ ଦିନ ପୂର୍ବରୁ ରୋଗୀମାନଙ୍କର ଚାଲିଥିଲା ନାମ ପଞ୍ଜିକରଣ। ଭାରତର ପ୍ରସିଦ୍ଧ ଅର୍ଶ ବିଶେଷଜ୍ଞ ଡ଼ଃ ଅରବିନ୍ଦ ତିୱାରୀ ଏହି ଶିବିରରେ ଯୋଗ ଦେଇଥିଲେ । ପ୍ରାୟ ୩୦୦ରୁ ଅଧିକ ରୋଗୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ବର, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଅନେକ ରୋଗୀ ଆସିଥିଲେ ଏଠାକୁ ।
{"id":71304}ଦୀର୍ଘ ୧୫ ବର୍ଷ ଧରି ପୁରୀର ସ୍ବେଛାସେବୀ ଅନୁଷ୍ଠାନ ସକସେସ୍ ତରଫରୁ ଏହି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଆସୁଛି । ଏଠାରେ ଖୁବ୍ କମ୍ ଖର୍ଚ୍ଚରେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇପାରିଛନ୍ତି ରୋଗୀ । ତେବେ ଶିବିରକୁ ଦିନିକିଆ ନକରି ଦୁଇ ତିନି ଦିନିଆ କଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି । ପୁରୀକୁ ଆସି ରୋଗୀ ସେବା କରିବାର ସୁଯୋଗ ମିଳିଥିବାରୁ ଡ଼ଃ ତିୱାରୀ ନିଜକୁ ଧନ୍ୟ ମନେ କରିଛନ୍ତି । ଆଗାମୀ ଦିନରେ ରୋଗୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କହିଛନ୍ତି ଆୟୋଜକ ।
{"id":71305}ଅର୍ଶ ଓ ମଳକଣ୍ଟକ ରୋଗ କାରଣରୁ ଅନେକ ରୋଗୀ ରାଜ୍ୟ ବାହରକୁ ଯାଇ ଅପରେସନ ହେଉଛନ୍ତି। କିନ୍ତୁ ରାଜ୍ୟ ବାହାରୁ ଡ଼ଃ ଅରବିନ୍ଦ ତିୱାରୀ ପୁରୀ ଆସି ମାତ୍ର ଗୋଟିଏ ଇଞ୍ଜେକସନରେ ରୋଗର ଉପଶମ କରୁଥିବାରୁ ଅନେକ ଉପକୃତ ହୋଇଛନ୍ତି ।