Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବେସାହାରା କରିଦେଲା କରୋନା : ଚାଲିଗଲେ ବାପା-ମାଆ, ଅନାଥ ହୋଇଗଲେ ୩ ପିଲା

23/05/2021 at 8:02 AM

କେନ୍ଦ୍ରାପଡ଼ା,୨୩/୦୫: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଚଣ୍ଡିଆଗଡ଼ି ପଞ୍ଚାୟତ ଚଣ୍ଡିଆଗଡ଼ି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି । ଆଗପଛ କରି ବାପା ଓ ପରେ ମା’ କରୋନାରେ ପ୍ରାଣ ହରାଇବା ପରେ ଏବେ ୩ ଶିଶୁ କଅଁଳ ବୟସରେ ଅନାଥ ହୋଇପଡ଼ିଛନ୍ତି । ଆହା ପଦ କହିବାକୁ ପାଖରେ କେହି ନାହାନ୍ତି । ଫଳରେ ଭାଙ୍ଗିପଡ଼ିଛନ୍ତି ସେମାନେ ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅଧୀନ ଚଣ୍ଡିଆଗଡ଼ି ଗ୍ରାମର କିଶୋର କୁମାର ରଥ ସୁଦୂର ବେଙ୍ଗାଲୁରର ହିନ୍ଦୁପୁରରେ ରହି କାମ କରିଆସୁଥିଲେ । ପାଖରେ ତାଙ୍କର ପତ୍ନୀ ସବିତା ଓ ୩ ପିଲା ମଧ୍ୟ ଥିଲେ । ନିକଟରେ କିଶୋର ଓ ତାଙ୍କ ପତ୍ନୀ ସବିତା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିଶୋର ବାହାରେ କାମ କରିବା ମଧ୍ୟରେ କରୋନା ସଂକ୍ରମିତ ହୋଇଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପରୀକ୍ଷା କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ପତ୍ନୀ ସବିତାଙ୍କ ଦେହ ଖରାପ ହେବାରୁ ତାଙ୍କର କୋଭିଡ୍‌ ପରୀକ୍ଷା ପରେ ସେ ମଧ୍ୟ ପଜିଟିଭ୍‌ ବୋଲି ପରୀକ୍ଷା ରିପୋର୍ଟରୁ ସୂଚନା ମିଳିଥିଲା ।

କିଶୋର କରୋନା ସହ ଲଢ଼େଇ କରି ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ବେଙ୍ଗାଲୁରରେ ପ୍ରାଣ ହରାଇଥିଲେ । ସବିତା ଓ ତାଙ୍କ ୩ପିଲାଙ୍କୁ ଆତ୍ମୀୟମାନେ ଘରକୁ ନେଇ ଆସିଥିଲେ । ତେବେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ମେଡିକଲରେ ଭର୍ତ୍ତି କରାଯାଇଥିଲା । ପରେ ସବିତାଙ୍କର ବି ପରଲୋକ ହୋଇଥିଲା । ଆଗେ କିଶୋର ଓ ତାଙ୍କ ମୃତ୍ୟୁର ୩ଦିନ ଯାଇଛି କି ନାହିଁ ସବିତାଙ୍କ ମୃତ୍ୟୁପରେ ଏବେ ତାଙ୍କର ୩ଶିଶୁ ଅନାଥ ହୋଇପଡ଼ିଛନ୍ତି । ବେସାହାରା ହୋଇପଡ଼ିଛନ୍ତି ଦୁଇଝିଅ ଝିଅ ସାଇପିୟା(୧୪), ଶୁଭପ୍ରିୟା(୧୨) ଓ ପୁଅ ଶୁଭ ସୁଦିପ୍ତ(୬ । ବାପାମା’ଙ୍କ ଅକାଳ ବିୟୋଗ ପରେ ୩ ଶିଶୁଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ସେମାନେ କେମିତି ବଞ୍ଚିବେ, କିଏ ସେମାନଙ୍କୁ ଲାଳନପାଳନ କରିବ, ପାଠପଢ଼ା କେମିତି ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାପାମା’ଙ୍କର ଇଚ୍ଛା ଥିଲା ସେମାନେ ପାଠପଢ଼ି ବଡ଼ମଣିଷ ହେବେ । ସେମାନଙ୍କ ବିୟୋଗ ପରେ ଏବେ ୩ଶିଶୁଙ୍କ ଆଖିରୁ ଲୁହ ଶୁଖୁନି । ଏବେ ସେମାନେ ତାଙ୍କ ବୃଦ୍ଧ ଜେଜେବାପା, ଜେଜେମା’ଙ୍କ ପାଖରେ ରହୁଥିବା ବେଳେ ଆଗକୁ କ’ଣ ଘଟିବ ଚିନ୍ତାରେ ପଡ଼ିଯାଇଛନ୍ତି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

   Related Posts