ପିଲା ଚୋର ସନ୍ଦେହରେ ମାଡ଼, ଅଜଣା ବ୍ୟକ୍ତିକୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁଲୋକେ
24/01/2021 at 2:32 PM

ସୋର ୨୪।୦୧: ପିଲା ଚୋର ସନ୍ଦେହରେ ମାଡ଼ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା । ଜଣେ ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ ନାବାଳକ ପୁଅ ବିଦ୍ୟାଧର ସାଙ୍ଗମାନଙ୍କ ବୁଲିବାକୁ ଯାଇଥିଲା । ଠିକ୍ ଏହି ସମୟରେ ଜଣେ ଅଜଣା ଲୋକ ତାକୁ ଧରି ନେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଅଟକାଇଥିଲେ । ଉକ୍ତ ବ୍ୟକ୍ତିଜଣଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିଲେ । ଏହାପରେ ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ସିମୁଳିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
Related Posts
ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ
25 February 2021
ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ
25 February 2021