ପିଲା ଚୋର ଗୁଜବ, ଜଣେ ବ୍ୟକ୍ତିଙ୍କ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

Published By : Prameya-News7 Bureau | January 25, 2021 IST

ଭଦ୍ରକ ୨୫।୦୧: ପିଲା ଚୋର ଗୁଜବ ଏବେ ଖୁବ୍‌ ଜୋରରେ ପ୍ରସାରିତ ହେବାର ଲାଗିଛି । ପିଲା ଚୋର ସନ୍ଦେହରେ ଜଣେ ଅଜଣା ଲୋକଙ୍କୁ ଦେଖିଲେ ଅଟକାଉଛନ୍ତି ଏବଂ ବ୍ୟାଗ୍‌ ପତ୍ର ଯାଞ୍ଚ କରୁଛନ୍ତି । ଏମିତି ସ୍ଥିତି ପ୍ରାୟ ସବୁଠି ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଆନନ୍ଦପୁର ରାସ୍ତାର ଓଲଙ୍ଗ ଛକ ନିକଟରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଜଣେ ବ୍ୟକ୍ତି ଛକ ନିକଟରେ ବସିଥିବା ବେଳେ ଲୋକେ ସନ୍ଦେହରେ ଆସି ପଚରାଉଚରା କରିଥିଲେ । ଯୁବକଙ୍କ ଘର ଭୁବନେଶ୍ୱର ବୋଲି କହିଥିଲେ । ସେ ବହୁ ଦିନ ହେଲା ଗାଁ ଗାଁ ବୁଲି ଭିକ୍ଷା କରି ଚଳୁଥିଲେ ବୋଲି କହିଛନ୍ତି । କିନ୍ତୁ ଲୋକେ ସନ୍ଦେହରେ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ । ବ୍ୟାଗରୁ ଚକଲେଟ ଓ ସ୍ନାକ୍ସ ପ୍ୟାକେଟ ବାହାରିଥିଲା । ଲୋକେ ତାଙ୍କୁ ସନ୍ଦେହ କରି ଘେରାଉ କରିଥିଲେ । କିଛି ସମୟ ପରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.